ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା : ବିଶ୍ବବ୍ୟାପୀ ୫୭ ଲକ୍ଷ ସଂକ୍ରମିତ Kanak News

କନକ ବ୍ୟୁରୋ : ଆମେରିକାରେ କରୋନାଭାଇରସ୍‌ ମୃତ୍ୟୁସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଯାଇଛି। ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୨୫ ହଜାରରୁ ଅଧିକ ରହିଥିବା ବେଳେ‌ ସେଥିରୁ ଲକ୍ଷାଧିକ ଆକ୍ରାନ୍ତଙ୍କ ଅବସ୍ଥା ଜଟିଳ ରହିଛି। ବିଶ୍ବରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷରେ ପହଞ୍ଚିଛି ଏବଂ ଆମେରିକା ପରେ ବ୍ରାଜିଲ୍‌ ଦ୍ବିତୀୟ ଏବଂ ରୁଷ୍‌ ତୃତୀୟ ସ୍ଥାନରେ ରହିଛି। ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷରେ ପହଞ୍ଚିଯାଇଛି ଏବଂ ୨୪ ହଜାର ୬୦୦ ଲୋକଙ୍କ ମୃତ୍ୟୁ ଘଟିଛି।

ବ୍ରାଜିଲ୍‌ ପରେ ଏବେ ରୁଷ୍‌ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରୁଷ୍‌ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାରରେ ପହଞ୍ଚିଛି। ଏଠାରେ ମୃତ୍ୟୁସଂଖ୍ୟା ୩୮୦୭ ରହିଛି। ରୁଷ୍‌ରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ରାଷ୍ଟ୍ର ସନ୍ଦେହ ପ୍ରକଟ କରୁଛନ୍ତି। ତେବେ ରୁଷ୍‌ ଅଧିକାରୀମାନେ କହିଛନ୍ତି ଯେ ସରକାର ସଠିକ୍‌ ତଥ୍ୟ ଗଣମାଧ୍ୟମକୁ ଦେଉଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍‌ରେ ୧୭୪ ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ଅନ୍ୟପକ୍ଷରେ ଏହି ସମୟରେ ୯୦୦୦ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ପ୍ରାୟ ୫୮ ହଜାର ସଂକ୍ରମିତ ଥିବାବେଳେ ୨୪ ଘଣ୍ଟାରେ ୧୩୫୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୦୦ରେ ପହଞ୍ଚିଛି।



from Kanak News https://ift.tt/2XAtjNB https://ift.tt/2M6U9aM
ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା : ବିଶ୍ବବ୍ୟାପୀ ୫୭ ଲକ୍ଷ ସଂକ୍ରମିତ Kanak News ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲା : ବିଶ୍ବବ୍ୟାପୀ ୫୭ ଲକ୍ଷ ସଂକ୍ରମିତ Kanak News Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.