ମୁମ୍ବାଇ ୨୮।୫: କରୋନା ସଙ୍କଟ ମଧ୍ୟରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇର ପ୍ରସିଦ୍ଧ ମେରାଇନ୍ ଡ୍ରାଇଭ୍ ନିକଟରେ ଅବସ୍ଥିତ ହୋଟେଲ ଫର୍ଚ୍ୟୁନରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ୧୦ରୁ ୧୨ଟି ଦମକଳ ନିୟୋଜିତ ହୋଇଥିଲେ । ହୋଟେଲ ଭିତରୁ ୨୫ ଜଣ ଡାକ୍ତରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୁମ୍ବାଇ ଫାୟାର ବ୍ରିଗେଡ କହିଛି ଯେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ କେହି ଆହତ ହୋଇନଥିବା ଜଣାପଡିଛି । ଗତକାଲି ରାତିରେ ହୋଟେଲରେ ଅଗ୍ନିକାଣ୍ଡ ହୋଇଥିଲା ।

ଅଗ୍ନିଶମ ବିଭାଗର ଅଧିକାରୀ କହିଥିଲେ ଯେ, ପ୍ରଥମ ମାରିନ ଷ୍ଟ୍ରିଟରେ ଥିବା ହୋଟେଲରେ ନିଆଁ ପ୍ରଥମ ମହଲାରେ ଲାଗିଥିଲା । ଯାହା ପରେ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଏହି ହୋଟେଲରେ ପ୍ରାୟ ୨୫ ଜଣ ରେସିଡେଣ୍ଟ ଡାକ୍ତର ରହିଥିଲେ । ଯେଉଁମାନେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
About 25 resident doctors who were at the hotel have been evacuated safely. Firefighting & rescue operations still underway: Mumbai Fire Brigade https://t.co/wlMpPd9zDd pic.twitter.com/SrTmH5SN1g
— ANI (@ANI) May 27, 2020
ହୋଟେଲର ଉପର ମହଲାରେ ଫସି ରହିଥିବା ଲୋକମାନେ ନିରାପଦରେ ବାହାରକୁ ବାହାରି ଆସିଥିଲେ । ଚତୁର୍ଥ ମହଲାରେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ ବିଭାଗର ସିଡି ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
from Prameya News7 https://ift.tt/2XwaevS
No comments: