ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ରେ ପୂର୍ବତନ ସରପଞ୍ଚଙ୍କ ସମ୍ପୃକ୍ତି, ଧରିଲା ବନ ବିଭାଗ Rajalaxmi Sahoo

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ବିରଳ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀଙ୍କୁ ବନ ବିଭାଗ ଗିରଫ କରିଛି। ସମସ୍ତେ ସମ୍ବଲପୁର, ନାକଟିଦେଉଳ ବ୍ଲକ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏମାନଙ୍କ ନିକଟରୁ ୨ କିଲୋ ୬ ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି। ଏମାନେ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଟିକିରା ନଦୀର ବାଲି ଭିତରେ ଏକ ମାଠିଆରେ କାତିକୁ ଲୁଚାଇ ରଖିଥିଲେ। ତେବେ ଏହାକୁ ଚାଲାଣ କରିବା ପୂର୍ବରୁ ବନ ବିଭାଗ ଖବର ପାଇ ଚଢାଉ କରିଥିଲା।

ପୂର୍ବରୁ ଅନେକ ଥର ଏମାନେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ବଜ୍ରକାପ୍ତାକୁ ଶିକାର କରି କୋଡ୍‌ଓ୍ୱାର୍ଡରେ ଚୋରା ଚାଲାଣ କରୁଥିଲେ। ଶେଷରେ ବନ ବିଭାଗ ଏମାନଙ୍କୁ ଧରିବାରେ ସଫଳ ହୋଇଛି।



from OTV Khabar. https://ift.tt/2TDFhEQ
ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ରେ ପୂର୍ବତନ ସରପଞ୍ଚଙ୍କ ସମ୍ପୃକ୍ତି, ଧରିଲା ବନ ବିଭାଗ Rajalaxmi Sahoo ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ରେ ପୂର୍ବତନ ସରପଞ୍ଚଙ୍କ ସମ୍ପୃକ୍ତି, ଧରିଲା ବନ ବିଭାଗ Rajalaxmi Sahoo Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.