କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌ Rajalaxmi Sahoo

ଭଦ୍ରକ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ରୋଷେୟା ଆହତ ହୋଇଛନ୍ତି। ତେବେ ୩୨ ଜଣ ଅନ୍ତେବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଗ୍ନିକାଣ୍ଡରେ ରୋଷେଇ ପାଇଁ ରଖାଯାଇଥିବା ସମସ୍ତ ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ସନ୍ଧ୍ୟାରେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ ହେଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକ୍ ହୋଇ‌ ଗ୍ୟାସ୍‌ ସିଲିଣ୍ଡର୍ ଫାଟି ଯାଇଥିଲା।

ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।



from OTV Khabar. https://ift.tt/3d97wTM
କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌ Rajalaxmi Sahoo କ୍ୱାରେଣ୍ଟିନ୍‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌ Rajalaxmi Sahoo Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.