ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା: ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି; ଗୋଟିଏ ଦିନରେ ୬୩୮୭ଟି ନୂଆ ମାମଲା, ୧୭୦ଜଣଙ୍କ ଜୀବନ ନେଲା କରୋନା Kanak News

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ଆହୁରୀ ବଢିବାରେ ଲାଗିଛି । ତେବେ ଗତ ୨୪ ଘଂଟାରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୧୭୦ ଜଣଙ୍କ ଜୀବନ ନେଇଛ କରୋନା ମହାମାରୀ । ଏଥି ସହିତ ୬ ହଜାର ୩୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ସେହିଭଳି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭ରେ ପହଂଚିଛି । ସେହିଭଳି ଦେଶରେ ବର୍ତମାନ ୮୩,୦୦୪ ଜଣ ଆକ୍ଟିଭ୍ କେସ୍ ରହିଛି । ୬୪,୪୨୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ଦେଶରେ ମହାରାଷ୍ଟ୍ରରେ ୫୪ ହଜାର ଅତିକ୍ରମ କରିଛି ଆକ୍ରାନ୍ତ ସଂଖ୍ୟା । ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତ ସଂଖ୍ୟା ୫୪ ହଜାର ୭୫୮ ରହିଛି । କରୋନା ମୃତ୍ୟୁ ସଂଖ୍ୟା ୧୭ ଶହ ୨୯ କୁ ବୃଦ୍ଧି ହୋଇଛି ।  ଗୁଜୁରାଟ ୯୧୫, ମଧ୍ୟପ୍ରଦେଶ ୩୦୫, ଦିଲ୍ଲୀରେ ୨୮୮ ମୃତ ।



from Kanak News https://ift.tt/2X508TR https://ift.tt/2X6CfuZ
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା: ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି; ଗୋଟିଏ ଦିନରେ ୬୩୮୭ଟି ନୂଆ ମାମଲା, ୧୭୦ଜଣଙ୍କ ଜୀବନ ନେଲା କରୋନା Kanak News ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା: ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି; ଗୋଟିଏ ଦିନରେ ୬୩୮୭ଟି ନୂଆ ମାମଲା, ୧୭୦ଜଣଙ୍କ ଜୀବନ ନେଲା କରୋନା Kanak News Reviewed by SUBHENDU BARAL on May 26, 2020 Rating: 5

No comments:

Powered by Blogger.