ଆଜିଠୁ ଗଡ଼ିଲା ଘରୋଇ ବସ୍ Rajalaxmi Sahoo

ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍‌ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି।

ଭଦ୍ରକ ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟ ଅଳ୍ପ କିଛି ଯାତ୍ରୀଙ୍କୁ ନେଇ ୨ଟି ବସ୍ ବାହାରିଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ ପୂର୍ବରୁ ବସ୍‌କୁ ଭଲ ଭାବରେ ସାନିଟାଇଜ୍‌ କରାଯାଇଥିଲା। ସେହିପରି ବସ୍‌ କର୍ମଚାରୀ ଓ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷେ, କଟକ ବାଦାମବାଡି ବସଷ୍ଟାଷ୍ଟ୍‌ରେ ଯାତ୍ରୀ ପହଞ୍ଚିଥିବାବେଳେ କିନ୍ତୁ ବସ୍ ଗୋଟିଏ ବି ପ୍ରସ୍ତୁତ ନଥିଲା। କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଗୋଟିଏ ବି ବସ୍ ନ ଥିଲା।

କୋରାପୁଟ ଜୟପୁରରେ ମଧ୍ୟ ଆଜି ବସ୍ ଚଳାଚଳ କରିନାହିଁ। ଗାଡ଼ି ମରାମତି ଏବଂ ବସ୍‌ କର୍ମଚାରୀ ନ ଥିବାରୁ ବସ୍ ଚଳାଚଳ ହୋଇନଥିବା ସୂଚନା ମିଳିଛି। ଜୁନ୍‌ ପହିଲା ଜୟପୁରରୁ ବସ୍ ଚାଲିବ ବୋଲି ଜୟପୁର ଘରୋଇ ବସ୍ ମାଲିକ ସଂଘ କହିଛି।

ସୂଚନା ଥାଉ କି, ଲକ୍‌ଡାଉନ୍‌ ପାଇଁ ବନ୍ଦ ରହିଥିବା ବସ୍‌ ଚଳାଚଳ ଆଜିଠୁ ଆରମ୍ଭ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।



from OTV Khabar. https://ift.tt/2AdgVef
ଆଜିଠୁ ଗଡ଼ିଲା ଘରୋଇ ବସ୍ Rajalaxmi Sahoo ଆଜିଠୁ ଗଡ଼ିଲା ଘରୋଇ ବସ୍ Rajalaxmi Sahoo Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.