ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ପୂଜକ, ବଳି ପାଇଁ ହତ୍ୟା ସନ୍ଦେହ

ଆଠଗଡ ୨୮।୫: ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ପୂଜକ । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବନ୍ଧହୁଡା ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ମନ୍ଦିର ପୂଜକ ସଂସାରୀ ଓଝା (୭୦) ଆତ୍ମସମର୍ପଣ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବନ୍ଧହୁଡା ଗାଁ ମନ୍ଦିରର ପୂଜକ ଥିଲେ ସଂସାରୀ ଓଝା । ସେହି ଗାଁର ଯୁବକଙ୍କୁ ମନ୍ଦିର ପୂଜକ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି । ମୃତ ଯୁବକ ହେଲେ ସରୋଜ କୁମାର ପ୍ରଧାନ ।

ଏକ ଆମ୍ବ ବଗିଚାକୁ ନେଇ ମୃତ ଯୁବକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ରହିଥିଲା । ତେଣୁ ସେଥିପାଇଁ ତାଙ୍କୁ ମନ୍ଦିର ପୂଜକ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ବଳି ପାଇଁ ହତ୍ୟା କରିଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ।

ହତ୍ୟା କରିବା ପରେ ପୂଜକ ଜଣଙ୍କ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ମନ୍ଦିର ପୂଜକ ହେଉଛନ୍ତି ସଂସାରୀ ଓଝା । ତାଙ୍କ ବୟସ ୭୦ ବର୍ଷ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/3eosdv0
ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ପୂଜକ, ବଳି ପାଇଁ ହତ୍ୟା ସନ୍ଦେହ ଯୁବକଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ପୂଜକ, ବଳି ପାଇଁ ହତ୍ୟା ସନ୍ଦେହ Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.