ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଗାଁର ଜଣଙ୍କ ଘରକୁ ଲକ୍ଷ୍ୟ କରି ଏହି ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଫଳରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି।
ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁର ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବିଳମ୍ବିତ ରାତିରେ ୮ରୁ ୧୦ ଦୁର୍ବୃତ୍ତ ଆସିଥିଲେ। ଲୁଟ୍ପାଟ୍ କରିବା ସହ ବୋମାମାଡ କରିଥିଲେ। ଘରେ ପଶି ଲୁଟ୍ କରିବା ପରେ ସେମାନେ ଫେରାର ହୋଇଯାଇଥିବା ବେଳେ କେତେ କଣ ଲୁଟ୍ ହୋଇଛି ତାହା ସ୍ପଷ୍ଟ ହୋଇନି । ବାଘମାରୀ ଥାନା ପୋଲିସ ଛାନଭିନ ଚଳାଇଛି।
from OTV Khabar. https://ift.tt/3egEGkk
ଗାଁ ଭିତରେ ବୋମାମାଡ଼, ୩ ଗୁରୁତର Minati Mishra
Reviewed by SUBHENDU BARAL
on
May 25, 2020
Rating:
No comments: