
କନକ ବ୍ୟୁରୋ : ନେପାଳ ପକ୍ଷରୁ କିଛି ଦିନ ତଳେ କେତେକ ଭାରତୀୟ ଅଂଚଳକୁ ନିଜର ବୋଲି ଦର୍ଶାଇ ଯେଉଁ ମାନଚିତ୍ର ଜାରି ହୋଇଥିଲା ତାହା ଉପରେ ନେପାଳ ସରକାର ରୋକ୍ ଲଗାଇଛି । ଭାରତର ବିରୋଧ ପରେ ନେପାଳ ସରକାରଙ୍କ ଚେତା ପଶିଛି ଏବଂ ଏହାକୁ ଭାରତର ଏକ ବଡ଼ କୂଟନୀତିକ ବିଜୟ ବୋଲି କହାଯାଉଛି । ନେପାଳର ଏହି ଭୁଲ୍ ମାନଚିତ୍ରକୁ କୌଣସି ସ୍ଥାନରେ ପ୍ରଦର୍ଶନ ନକରିବାକୁ ଆଜି ସରକାରୀ ଆଦେଶ ଜାରି ହୋଇଛି।
ନେପାଳ ସରକାର ଭାରତର ଲିପୁଲେଖ ଓ କାଲାପାନି ଅଂଚଳକୁ ଏହି ମାନଚିତ୍ରରେ ନିଜର ବୋଲି ଦର୍ଶାଇବା ପରେ ନେପାଳ ତୁରନ୍ତ ନିଜର ଦୋଷ ସୁଧାରୁ ବୋଲି ଭାରତ ସତର୍କ କରାଇ ଦେଇଥିଲା। ଉତ୍ତରାଖଣ୍ଡରେ ଲିପୁଲେଖଠାରୁ ଧାରଚୁଲା ପର୍ଯ୍ୟନ୍ତ ୮୦ କିମି ଲମ୍ବ ସଡ଼କକୁ ଭାରତ ଉଦ୍ଘାଟନ କରିବା ପରେ ଏହାକୁ ବିରୋଧ କରି ନେପାଳ ଏକ ସଂଶୋଧିତ ମାନଚିତ୍ର ଜାରି କରିଥିଲା ଏବଂ ଏଥିରେ ଏହି ଅଂଚଳକୁ ନିଜ ଦେଶର ବୋଲି ଦର୍ଶାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ଏହି ମାମଲାରେ ଭାରତ ସହ ଲଢ଼ିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଥିବା ବେଳେ ଆଜି ନେପାଳ ସରକାର ଏହି ମାମଲାରେ ୟୁଟର୍ଣ୍ଣ ନେଇଛନ୍ତି ଏବଂ ମାନଚିତ୍ର ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି। ନେପାଳ ସଂସଦରେ ସରକାରଙ୍କୁ ଏହି ମାନଚିତ୍ର ସପକ୍ଷରେ ଆବଶ୍ୟକ ସମର୍ଥନ ମିଳିନଥିବା ବେଳେ ଏହାକୁ ନେଇ ନେପାଳରେ ରାଜନୈତିକ ଦ୍ବନ୍ଦ୍ବ ମଧ୍ୟ ବଢ଼ିଯାଇଥିଲା।
from Kanak News https://ift.tt/2TMTKyl https://ift.tt/2X9tQHh
No comments: