ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଓଭରଲୋଡ୍: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ; ରିପୋର୍ଟ ନଆସିବା ଯାଏଁ ପୃଥକବାସରେ ରହିବେ ସନ୍ଦିଗ୍ଧ, କାହା ସହ କରିପାରିବେନି ମିଳାମିଶା Kanak News

କନକ ବ୍ୟୁରୋ: ରାଜ୍ୟରେ କୋଭିଡ ନମୁନା ରିପୋର୍ଟ ଆସିବା ପାଇଁ ପ୍ରକୃତରେ କେତେ ଦିନ ଲାଗୁଛି ? ଯେଉଁଦିନ ନମୁନା ସଂଗ୍ରହ କରାଯାଉଛି ତାହାର ରିପୋର୍ଟ ପ୍ରାୟତଃ ୪୮ଘଣ୍ଟା ଭିତରେ ଆସୁ ନ ଥିବା ନଜରକୁ ଆସିଛି। ଯାହାଫଳରେ ସନ୍ଦିଗ୍ଧମାନେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ଭାବି ଅନ୍ୟମାନଙ୍କ ସହିତ ମିଳାମିଶା କରୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତେ ଦିନ ଭିତରେ ରିପୋର୍ଟ ଆସିବ ତାହା ସ୍ପଷ୍ଟ କରାଯାଇ ନ ଥିବାରୁ ତାହା ଲୋକମାନଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ରାଜ୍ୟରେ ଏବେ ହଜାର ହଜାର କୋଭିଡ ନମୁନା ପରୀକ୍ଷା ପାଇଁ ଆସୁଛି। ଯାହାଫଳରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନମୁନା ଓଭରଲୋଡ୍ ହୋଇଗଲାଣି। ତେଣୁ ନମୁନା ରିପୋର୍ଟ ଆସିବା ଲାଗି ଅତିକମ୍‌ରେ ୨/୩ ଦିନ ଲାଗୁଛି। ତେଣୁ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନେ କାହା ସହ ମିଳାମିଶା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡା.ଜୟନ୍ତ ପଣ୍ଡା।

ଗତ ୧୯ତାରିଖରେ ଜଗତସିଂହପୁର ପ୍ରଶାସନ ପକ୍ଷରୁ ଏକ ଟ୍ବିଟ୍ କରାଯାଇଥିଲା। ଏଥିରେ ୧୬ତାରିଖରେ ଜିଲ୍ଲାରୁ ସଂଗୃହୀତ ନମୁନା ମଧ୍ୟରୁ ବଳି ପଡ଼ିଥିବା କିଛି ନମୁନା ରିପୋର୍ଟ ପଜିଟିଭ୍ ରହିଥିବା କୁହାଯାଇଥିଲା। ଯଦିଓ ସଂଗୃହୀତ ନମୁନା ସଙ୍ଗରୋଧ କେନ୍ଦ୍ରରୁ ରହିଥିଲା, ତେଣୁ ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସଙ୍ଗରୋଧ କେନ୍ଦ୍ର ବାଦ୍ ବି ରାଜ୍ୟରେ ପ୍ରତ୍ୟେକ ଦିନ ଶହ ଶହ ନମୁନା ସଂଗ୍ରହ କରାଯାଉଛି। ନମୁନା ସଂଗ୍ରହ କରାଯାଉଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘରେ ସଙ୍ଗ‌ରୋଧରେ ରହିବା ଲାଗି କୁହାଯାଉଛି। ମାତ୍ର ସେମାନଙ୍କ ରିପୋର୍ଟ ପଜିଟିଭ୍ କିମ୍ବା ନେଗେଟିଭ୍ ରହିଛି ଅଧିକାଂଶ ଲୋକାଙ୍କ କ୍ଷେତ୍ରରେ ତାହା ୨ଦିନ ଭିତରେ ସ୍ପଷ୍ଟ କରାଯାଉ ନ ଥିବାରୁ ସେମାନେ ନିଜ ରିପୋର୍ଟ ନେ‌ଗେଟିଭ୍ ରହିଥିବା ଧରି ନେଉଛନ୍ତି। ଯାହାଫଳରେ ସେମାନେ ବାହାରେ ଅନ୍ୟମାନଙ୍କ ସହ ମିଳାମିଶା କରିବାକୁ ପଛାଉ ନାହାନ୍ତି। ଏଭଳି ପରିସ୍ଥିତିରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।



from Kanak News https://ift.tt/3gpzooG https://ift.tt/2WVGkC8
ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଓଭରଲୋଡ୍: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ; ରିପୋର୍ଟ ନଆସିବା ଯାଏଁ ପୃଥକବାସରେ ରହିବେ ସନ୍ଦିଗ୍ଧ, କାହା ସହ କରିପାରିବେନି ମିଳାମିଶା Kanak News ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ଓଭରଲୋଡ୍: ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ; ରିପୋର୍ଟ ନଆସିବା ଯାଏଁ ପୃଥକବାସରେ ରହିବେ ସନ୍ଦିଗ୍ଧ, କାହା ସହ କରିପାରିବେନି ମିଳାମିଶା Kanak News Reviewed by SUBHENDU BARAL on May 22, 2020 Rating: 5

No comments:

Powered by Blogger.