କମିଶନରେଟ୍ ପୁଲିସର କଡା ନିର୍ଦ୍ଦେଶାନାମା: ଡ୍ୟୁଟି ବେଳେ ଟ୍ରାଫିକ୍ କର୍ମଚାରୀଙ୍କୁ ମୋବାଇଲ୍ ମନା ; ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଭିଏଚ୍ଏଫ୍ ଜରିଆରେ ପ୍ରଦାନ କରାଯିବ Kanak News

କନକ ବ୍ୟୁରୋ: ଡ୍ୟୁଟିରେ ଥାଇ ବସି ମୋବାଇଲ ଫୋନରେ ଖେଳୁଛନ୍ତି ଟ୍ରାଫିକ୍ କର୍ମଚାରୀ। କେହି କେହି ସୋସିଆଲ ମିଡିଆରେ ମାତିଥିବା ବେଳେ କେହି କେହି ଗପ କରୁଛନ୍ତି। ଫଳରେ ଟ୍ରାଫିକ୍ ପରିଚାଳନା ବିଶୃଙ୍ଖଳିତ ହେଉଛି। ଏଭଳି ଖବର ପ୍ରକାଶ ପାଇବା ପରେ କମିସନରେଟ୍ ପୁଲସ ପକ୍ଷରୁ ବାସ୍ତବତା ଯାଞ୍ଚ କରାଯାଇଥିଲା। ଖବରର ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ଏକ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଡ୍ୟୁଟିରେ ଥାଇ କୌଣସି ଟ୍ରାଫିକ୍ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହି ନିର୍ଦ୍ଦେଶନାମା ଜାରି କରିବା ପରେ ତନାଘନା ହୋଇଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଭିଏଚ୍ଏଫ୍ ଜରିଆରେ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏହି ଆଦେଶ ନୂଆ ନୁହେଁ।

ଗତ ବର୍ଷ ଅକ୍ଟୋବର ମାସରେ ଟ୍ରାଫିକ୍ ଡିସିପି ଏଭଳି ଆଦେଶ କରିଥିଲେ। ଏହି ଆଦେଶର ମାସେ ପରେ ଅର୍ଥାତ୍ ନଭେମ୍ବର ମାସରେ ପୁଲିସ କମିସନର ଏଭଳି ଆଦେଶ କରିଥିଲେ। ହେଲେ ଦୁଇଦୁଇଟି ଆଦେଶ ପାଣି ଫୋଟକା ପରି ମିଳେଇ ଯାଇଥିଲା। କୌଣସି ଏକମାତ୍ର ପୋଷ୍ଟରେ ଏହି ଆଦେଶ ପାଳନ ହେଉଥିବା ପରିଲକ୍ଷିତ ହୋଇନଥିଲା। କିଏ ଗଛମୂଳେ, କିଏ ଛାଇତଳେ ଛିଡ଼ା ହୋଇ ମୋବାଇଲରେ ହଜି ଯାଇଥିଲା। ପ୍ରତି ଛକରେ ଏଭଳି ଦୃଶ୍ୟ ଦେଖା ଯାଇଥିଲା। କର୍ତ୍ତୃପକ୍ଷ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ବସି ଯାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଏବେ ୬ ମାସ ମଧ୍ୟରେ ତୃତୀୟ ଥର ଏଭଳି ଆଦେଶ ହୋଇଛି। କୌଣସି ପରିସ୍ଥିତିରେ ଡ୍ୟୁଟିରେ ଥାଇ ଟ୍ରାଫିକ୍ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଡ୍ୟୁଟିକୁ ଯିବା ବେଳେ ମୋବାଇଲ ନେବେ ନାହିଁ। ଯଦି କେହି ମୋବାଇଲ ବ୍ୟବହାର କରୁଥିବା ଦେଖାଯିବ ତେବେ ବିଭାଗ ଏହାକୁ ଗୁରୁତ୍ବର ସହ ନେବ ବୋଲି ସ୍ପଷ୍ଟ କରାଯାଇଛି।

ଅନ୍ୟପଟେ ଏହି ଆଦେଶକୁ ନେଇ ବିରୋଧାଭାସ ପ୍ରକାଶ ପାଇଛି। ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରି ମୋବାଇଲରେ ଖେଳୁଛନ୍ତି ତାଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ଉଲ୍ଲଂଘନକାରୀଙ୍କୁ ଯେଭଳି ବିଭିନ୍ନ ଉପାୟ ଅବଲମ୍ବନ କରି ଧରାଯାଉଛି ସେଭଳି ଧରାଯାଇ କାର୍ଯ୍ୟାନୁଷ୍ଠାନ ହେଉ। କିନ୍ତୁ କେତେକଙ୍କ ଆଚରଣ ପାଇଁ ସମସ୍ତଙ୍କୁ ଦାୟୀ କରାନଯାଉ। ଡ୍ୟୁଟିରେ ଥିବା ବେଳେ କେବଳ ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ନୁହେଁ, ବରଂ ପରିବାରରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଆସିଥାଏ। ଏଣୁ ଭିଏଚ୍‌ଏଫ୍‌ ଜରିଆରେ ଘରୁ କେମିତି ସୂଚନା ଆସିବ‌ ବୋଲି କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଭିଏଚ୍‌ଏଫ୍‌ ବ୍ୟବସ୍ଥା ମଧ୍ୟ ବିଭିନ୍ନ ସମୟରେ ଡାଉନ୍‌ ରହୁଛି ବୋଲି ଅଭିଯୋଗ ହୋଇଛି।



from Kanak News https://ift.tt/2yGQ89K https://ift.tt/2XcqzXC
କମିଶନରେଟ୍ ପୁଲିସର କଡା ନିର୍ଦ୍ଦେଶାନାମା: ଡ୍ୟୁଟି ବେଳେ ଟ୍ରାଫିକ୍ କର୍ମଚାରୀଙ୍କୁ ମୋବାଇଲ୍ ମନା ; ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଭିଏଚ୍ଏଫ୍ ଜରିଆରେ ପ୍ରଦାନ କରାଯିବ Kanak News କମିଶନରେଟ୍ ପୁଲିସର କଡା ନିର୍ଦ୍ଦେଶାନାମା: ଡ୍ୟୁଟି ବେଳେ ଟ୍ରାଫିକ୍ କର୍ମଚାରୀଙ୍କୁ ମୋବାଇଲ୍ ମନା ; ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଭିଏଚ୍ଏଫ୍ ଜରିଆରେ ପ୍ରଦାନ କରାଯିବ Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.