ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ: ରାଜନୈତକ ଦୃଷ୍ଟିକୋଣରୁ ପ୍ରତିଷ୍ଠାକୁ ଅକ୍ଷୂର୍ଣ୍ଣ ରଖିବାରେ ସମର୍ଥ ମୁଖ୍ୟମନ୍ତ୍ରୀ; ଆଜି ବସିବ କ୍ୟାବିନେଟ ବୈଠକ; କିଛି ପ୍ରସ୍ତାବ ଉପର ଲାଗିପାରେ ମୋହର Kanak News

କନକ ବ୍ୟୁରୋ: କରୋନା ଯୋଗୁଁ ତାଲାବନ୍ଦ ପରିସ୍ଥିତି ରାଜ୍ୟର ସମ୍ବଳ ସଂଗ୍ରହକୁ ପ୍ରଭାବିତ କରିଛି। ଆର୍ଥିକ ସଂକଟ ଦେଇ ଗତି କରୁଥିବା ଓଡ଼ିଶା ସରକାର କେବଳ ସ୍ବାସ୍ଥ୍ୟ ସେବା ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରିଛନ୍ତି। ଏପରି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଯୋଜନା ବାବଦରେ ମିଳିବାକୁ ଥିବା ଅର୍ଥ ଆସିବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ତୁରନ୍ତ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ଲାଗି କିଛି ନୂତନ ବାଟ ବାହାର କରିବା ପାଇଁ ଯୋଜନା କରୁଛନ୍ତି। ଏ ନେଇ ଆଜି ଦିନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ପ୍ରସ୍ତାବ ଆସିବା ନେଇ ଅନୁମାନ କରାଯାଉଛି। କେତୋଟି ଅଧ୍ୟାଦେଶ ଆସିପାରେ। ଏହାସହିତ ପର୍ଯ୍ୟଟନ କ୍ଷେତ୍ରକୁ ପୁଣି ଥରେ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ୟ୍ୟଟନ ନୀତିରେ ସଂଶୋଧନ କରାଯିବ। କ୍ୟାବିନେଟ ପ୍ରସ୍ତାବ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିନଥିଲେ ବି ପ୍ରାୟ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ଅଧ୍ୟାଦେଶ ୨୦୨୦, ଓଡ଼ିଶା ଅର୍ଥ ସେବା ଅଧିନିୟମ-୨୦୧୧ ପ୍ରସ୍ତାବ ସହିତ ଗତ ୧୭ ତାରିଖରୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ବର୍ଦ୍ଧିତ ଭାଟ୍ ଲାଗୁହେବା ନେଇ କ୍ୟାବିନେଟ୍ ଅନୁମୋଦନ ନିଆଯିବ। ଏହାସହିତ ଓଜିଏସ୍ଟି ଆଇନ-୨୦୧୭ ଆଇନ ସଂଶୋଧନ ନେଇ ଅଧ୍ୟାଦେଶ ଆସିବ। ଯୋଗାଣ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନିୟମ ଓ ସମବାୟ ବିଭାଗର ସମବାୟ ସମିତି ପଞ୍ଜୀକରଣ ଆଇନରେ ସଂଶୋଧନ କରାଯିବ। ବିଜ୍ଞାନ ଓ କାରିଗରୀ ବିଭାଗରୁ ଅକ୍ଷୟ ଶକ୍ତି ବିକାଶ ବିଷୟକୁ କଢ଼ାଯାଇ ଶକ୍ତି ବିଭାକୁ ଅଣାଯିବା ପାଇଁ ପ୍ରସ୍ତାବ ରହିଛି।

ଏହାବ୍ୟତୀତ ଗଣଶିକ୍ଷା ବିଭାଗର ପ୍ରସ୍ତାବ ଅନୁଯାୟୀ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଯୋତା, ମୋଜା ଓ ସୁଇଟର୍ ଯୋଗାଇବା ବାବଦରେ ପାଣ୍ଠି ବୃଦ୍ଧି କରାଯିବ। ଆଖୁ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଆସିକା ସମବାୟ ଚିନିକଳକୁ ୧୫ କୋଟି ଟଙ୍କା ଋଣ କରିବା ପାଇଁ ସରକାର ଗ୍ୟାରେଣ୍ଟର ରହିବେ। ଏହି ଋଣ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ ଯୋଗାଇ ଦିଆଯିବ। ରାଜ୍ୟରେ କୃଷି ଉତ୍ପାଦର ବିପଣନ ଓ ବଜାର ସୁବିଧା ପାଇଁ ପ୍ରସ୍ତୁତ ହୋଇଥିବା ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ ମିଳିବ। ଏଥିପାଇଁ ୧୯୫୬ ମସିହାର ପୁରୁଣା ଓଡ଼ିଶା କୃଷି ଉତ୍ପାଦ ବିପଣନ ଆଇନକୁ ଉଚ୍ଛେଦ କରାଯିବ। ଏହାସହିତ ୨୦୧୫ ଫେବ୍ରୁଆରିରେ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପୂର୍ବରୁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ବାର୍ଷିକ ଭୂମି କର ଓ ସେସ୍ ବାବଦ ପ୍ରିମିୟମ୍ ଛାଡ଼ କରାଯିବ। ରାଜସ୍ବ ବିଭାଗ ଅନ୍ୟ ପ୍ରସ୍ତାବ ଅନୁଯାୟୀ ବାଲେଶ୍ବର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ହିଡ଼ିଗାଁ ମଉଜାରେ ଏନ୍ଡିଆର୍ଏଫ୍ର ଗୋଟିଏ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ମାଗଣାରେ ସାଢ଼େ ୩ ଏକର ଜମି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।



from Kanak News https://ift.tt/2XFiMAD https://ift.tt/3gAaQZV
ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ: ରାଜନୈତକ ଦୃଷ୍ଟିକୋଣରୁ ପ୍ରତିଷ୍ଠାକୁ ଅକ୍ଷୂର୍ଣ୍ଣ ରଖିବାରେ ସମର୍ଥ ମୁଖ୍ୟମନ୍ତ୍ରୀ; ଆଜି ବସିବ କ୍ୟାବିନେଟ ବୈଠକ; କିଛି ପ୍ରସ୍ତାବ ଉପର ଲାଗିପାରେ ମୋହର Kanak News ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ: ରାଜନୈତକ ଦୃଷ୍ଟିକୋଣରୁ ପ୍ରତିଷ୍ଠାକୁ ଅକ୍ଷୂର୍ଣ୍ଣ ରଖିବାରେ ସମର୍ଥ ମୁଖ୍ୟମନ୍ତ୍ରୀ; ଆଜି ବସିବ କ୍ୟାବିନେଟ ବୈଠକ; କିଛି ପ୍ରସ୍ତାବ ଉପର ଲାଗିପାରେ ମୋହର Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.