ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାରରେ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି ବ୍ୟବସାୟୀ । କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ Kanak News

କନକ ବ୍ୟୁରୋ : ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାର, ଶାଢ଼ି ଭଳି ବହୁ ସାମଗ୍ରୀରେ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି ବ୍ୟବସାୟୀ। ହେଲେ କପଡ଼ାଗୁନ୍ଦା ଡିଜାଇନ୍ ବ୍ୟବହାର କରିବାକୁ ବ୍ୟବସାୟୀଙ୍କୁ କିଏ ଅନୁମତି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଡଙ୍ଗରିଆ ନେତା ଜିତୁ ଜାକେସିକା। ତୁରନ୍ତ ଉକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି କୁର୍ଲି ସରପଞ୍ଚ ଡ୍ରିଞ୍ଜ ଜାକେସିକା।

ଇ-କମର୍ସ ସାଇଟ୍‌ରେ ୪୦ରୁ ଊର୍ଧ୍ବ ବ୍ୟବସାୟିକ ସଂସ୍ଥା ଡଙ୍ଗରିଆଙ୍କ ଡିଜାଇନ୍ ଥିବା ବିଭିନ୍ନ ସାମଗ୍ରୀ ବିକ୍ରି କରି ଆସୁଛନ୍ତି। ଡଙ୍ଗରିଆଙ୍କ କପଡ଼ାଗୁନ୍ଦା ଡିଜାଇନର ବିଶେଷତ୍ବ ଥିବା ବେଳେ ଏହା ଜାତୀୟ, ଅନ୍ତର୍ଜାତୀୟ ବଜାରରେ ପ୍ରସିଦ୍ଧ ଲାଭ କରିଛି। ଡଙ୍ଗରିଆ ସାଲ୍ ସମେତ, ମାସ୍କ, ହସ୍ତତନ୍ତ ସାମଗ୍ରୀର ବିକ୍ରୟ ଦାୟିତ୍ବରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ଏବଂ ଆଦିବାସୀ ଉନ୍ନୟନ ସମୁଦାୟ ନିଗମ (ଟିଡିସିସି) ରହିଛି। ହେଲେ ଅନ୍ ଲାଇନରେ କପଡ଼ାଗୁନ୍ଦା ଡିଜାଇନ୍ ଥାଇ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ଉଭୟ ସଂସ୍ଥାରୁ ଡିଜାଇନ୍ ବ୍ୟବହାର ନେଇ କୌଣସି ଅନୁମତି ନେଇନାହାନ୍ତି।

ଗତ କିଛି ଦିନ ତଳେ ଇ-କମର୍ସ ସାଇଟ୍‌ରେ ଏକ ବ୍ୟବସାୟିକ ସଂସ୍ଥା ଡଙ୍ଗରିଆଙ୍କ ଡିଜାଇନକୁ ଚପଲରେ ବ୍ୟବହାର କରି ବିକ୍ରି ପାଇଁ ବିଜ୍ଞାପନ ଦେବା ପରେ ଡଙ୍ଗରିଆଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଥିଲା। ଏ ନେଇ ଡଙ୍ଗରିଆ ଯୁବନେତା ଜିତୁ ଜାକେସିକା ଅନୁସୂଚିତ ଜାତି, ଜନଜାତି ବିଭାଗ ନିର୍ଦେଶିକା ଗୁହା ପୁନମ ତାପସ କୁମାରଙ୍କୁ ଟୁଇଟ୍ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଡଙ୍ଗରିଆଙ୍କ ଦାବି ଅନୁଯାୟୀ ଘଟଣାର ତଦନ୍ତ ପାଇଁ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦେଶ ଦେଇଛନ୍ତି ଅନୁସୂଚିତ ଜାତି, ଜନଜାତି ବିଭାଗ ନିର୍ଦେଶିକା ଗୁହା ପୁନମ ତାପସ କୁମାର।

ଡଙ୍ଗରିଆଙ୍କ ଡିଜାଇନ୍ ବ୍ୟବହାର କରି ଅନଲାଇନରେ ସାମଗ୍ରୀ ବିକୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଡଙ୍ଗରିଆଙ୍କ ଧର୍ମୀୟ ଭାବନା ସହିତ କପଡ଼ାଗୁନ୍ଦା ଡିଜାଇନ୍ ଜଡ଼ିତ ଥିବାରୁ କୌଣସି ସଂସ୍ଥା ଏହି ଡିଜାଇନର କପି ଯେମିତି ନ କରନ୍ତି ସେଥି ପାଇଁ ଏହି ବିରଳ କଳାକୃତିକୁ ଭୌଗୋଳିକ ଉତ୍ପତ୍ତି ମାନ୍ୟତା/ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ୨୦୧୮ ମସିହାରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଭାରତ ସରକାରଙ୍କ ହସ୍ତତନ୍ତ ଶିଳ୍ପ ମନ୍ତ୍ରଣାଳୟ ମୁମ୍ବାଇ ସ୍ଥିତ ଟେକ୍ସଟାଇଲ୍ କମିଟି ସଂପାଦକଙ୍କୁ କପଡ଼ାଗୁନ୍ଦାକୁ ଜିଆଇ ମାନ୍ୟତା ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନି।



from Kanak News https://ift.tt/2XdkdXY https://ift.tt/3gunTfA
ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାରରେ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି ବ୍ୟବସାୟୀ । କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ Kanak News ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାରରେ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି ବ୍ୟବସାୟୀ । କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ Kanak News Reviewed by SUBHENDU BARAL on May 28, 2020 Rating: 5

No comments:

Powered by Blogger.