ପୋଲ ତଳକୁ ଖସିଲା ପ୍ରବାସୀ ଶ୍ରମିକଙ୍କ ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ଜଣ, ୩ ଆହତ ମେଡିକାଲରେ ଭର୍ତ୍ତି

ରେମୁଣା ୩୦।୫: ପୁଣି ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତି ଗଲେ ୩୦ ପ୍ରବାସୀ । ସାମାନ୍ୟ ଆହତ ହୋଇଥିବା ୩ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୧୬ ମଙ୍ଗଳପୁର ନୂଆଗାଁ ନିକଟରେ ପୋଲରୁ ତଳକୁ ଖସି ପଡିଛି ପ୍ରବାସୀଙ୍କ ବସ୍ । ବସ୍ ଟି କେରଳରୁ ୩୦ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ କଲିକତା ଅଭିମୁଖେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜେସିବି ମେସିନ୍ ସାହାଯ୍ୟରେ ବସଟିକୁ ଉଦ୍ଧାର କରାଯାଉଛି ।



from Prameya News7 https://ift.tt/3dgQHWJ
ପୋଲ ତଳକୁ ଖସିଲା ପ୍ରବାସୀ ଶ୍ରମିକଙ୍କ ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ଜଣ, ୩ ଆହତ ମେଡିକାଲରେ ଭର୍ତ୍ତି ପୋଲ ତଳକୁ ଖସିଲା ପ୍ରବାସୀ ଶ୍ରମିକଙ୍କ ବସ୍ : ଅଳ୍ପକେ ବର୍ତ୍ତିଲେ ୩୦ଜଣ, ୩ ଆହତ ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.