ପଟ୍ଟାମୁଣ୍ଡାଇ ୩୦।୦୫: କେନ୍ଦ୍ରାପଡା ରାଜକନିକା ବାରୁଣାଢ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ ଯେ, ବାରୁଣାଢିଆ ଗାଁରେ ଥିବା ଗୋଲେଖ ବାରିକଙ୍କ ଘରେ ଅଚନାକ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଅଗ୍ନିକାଣ୍ଡ ଘଟି ପାଖାପାଖି ଲାଗିକି ଥିବା ଅନେକ ଘର ପୋଡି ପାଉଁଶ ହୋଇଯାଇଛି । ପାଖାପାଖି ୭ଟି ପରିବାରର ଘର ପୋଡି ନଷ୍ଟ ହୋଇଯାଇଛି ।

ତେବେ ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା , ଏବଂ ନିଆଁକୁ ଆୟତ୍ତ କରିଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ମୃତାହତର ସୂଚନା ନାହିଁ ।
from Prameya News7 https://ift.tt/3ex0sjR
ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୭ଟି ପରିବାର ଘର
Reviewed by SUBHENDU BARAL
on
May 29, 2020
Rating:
No comments: