ଶ୍ରମ ବିଭାଗକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ: ଲକଡାଉନ କାଳରେ କେଉଁ ସବୁ ସଂସ୍ଥା କର୍ମଚାରୀଙ୍କ ଦରମା କାଟ କରିଛନ୍ତି ଓ ଛଟେଇ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କର Kanak News

କନକ ବ୍ୟୁରୋ: ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରରୁ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକଡାଉନ୍ ଫଳରେ ଦେଶର ସମସ୍ତ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଛି। ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଲକଡାଉନ ନିୟମ କୋହଳ ହେବା ପରେ ପୁଣି ଧୀରେ ଧୀରେ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନ ସବୁ ଖୋଲିବାକୁ ଆରମ୍ଭ କରୁଛି।

ତେବେ, କରୋନା ଜନିତ ପରିସ୍ଥିତି ଓ ଲକ୍ଡାଉନ୍ କାରଣରୁ ଦେଶର ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ପ୍ରଭୂତ ଆର୍ଥିକ କ୍ଷତି ହୋଇଥିବା ଦର୍ଶାଇ ଅନେକ ପ୍ରତିଷ୍ଠାନ ସେମାନଙ୍କ କର୍ମଚାରୀମାନଙ୍କର ବେତନ କାଟ କରିଥିବା ବେଳେ ଆଉ କିଛି ସଂସ୍ଥା ସେମାନଙ୍କ କର୍ମଚାରୀମାନଙ୍କୁ ଚାକିରିରୁ ଛଟେଇ ମଧ୍ୟ କରିଛନ୍ତି। ଏଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଲକଡାଉନ୍ କାରଣରୁ ଦେଶର କେଉଁ ସବୁ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନ ସେମାନଙ୍କ କର୍ମଚାରୀମାନଙ୍କର ବେତନ କାଟ କରଛନ୍ତି ଓ ଆଉ କେଉଁ ସବୁ ସଂସ୍ଥା ସେମାନଙ୍କ କର୍ମଚାରୀମାନଙ୍କୁ ଚାକିରିରୁ ଛଟେଇ କରିଛନ୍ତି ତାହାର ଏକ ତାଲିକା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କର ଅର୍ଥ ମନ୍ତ୍ରାଳୟ ଶ୍ରମ ମନ୍ତ୍ରାଳୟକୁ ଏକ ନିର୍ଦ୍ଦେଶନାମା ଜାରି କରିବା ସହ ଯଥାଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ସେହିପରି, ଲକ୍ଡାଉନ୍ କାରଣରୁ ଦେଶର ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ହୋଇଥିବା ଆର୍ଥିକ କ୍ଷତି ଭରଣା କରିବାକୁ ସେମାନଙ୍କୁ ତୁରନ୍ତ ନଗଦ ଅର୍ଥ ଋଣ ଆକାରରେ ପ୍ରଦାନ କରିବାକୁ ଅର୍ଥ ମନ୍ତ୍ରାଳୟ ଦେଶର ବ୍ୟାଙ୍କଗୁଡ଼ିକୁ ଦେଇଥିଲେ। ତେବେ, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ବ୍ୟାଙ୍କମାନେ ପ୍ରଦାନ କରିଥିବା ଋଣର ଯେଉଁ ତାଲିକା ସରକାରଙ୍କୁ ପ୍ରଦାନ କରିଛନ୍ତି ତାହାର କୌଣସି ତାଳମେଳ ରହୁନାହିଁ କିମ୍ବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଋଣ ମିଳିପାରି ନାହିଁ। ଏଘଟଣା ଜଣାପଡ଼ିବା ପରେ ଏହା ଉପରେ ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।



from Kanak News https://ift.tt/3ceWxXt https://ift.tt/3eC86K1
ଶ୍ରମ ବିଭାଗକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ: ଲକଡାଉନ କାଳରେ କେଉଁ ସବୁ ସଂସ୍ଥା କର୍ମଚାରୀଙ୍କ ଦରମା କାଟ କରିଛନ୍ତି ଓ ଛଟେଇ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କର Kanak News ଶ୍ରମ ବିଭାଗକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ: ଲକଡାଉନ କାଳରେ କେଉଁ ସବୁ ସଂସ୍ଥା କର୍ମଚାରୀଙ୍କ ଦରମା କାଟ କରିଛନ୍ତି ଓ ଛଟେଇ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କର Kanak News Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.