କ୍ବାରେଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କ ପ୍ରସବ, ଜନ୍ମ ହେଲା ଶିଶୁପୁତ୍ର

ଜୟପୁର ୨୮।୫: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାଠରଗଡା କ୍ବାରେଣ୍ଟାଇନ୍ ସେଣ୍ଟରରେ ପ୍ରସବ କଲେ ମହିଳା । ବୁଧାବାର ସନ୍ଧ୍ୟା ୭ଟା ସମୟରେ ମହିଳା ଜଣଙ୍କ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିବା ଜଣାପଡିଛି । ମା’ ଓ ଶିଶୁ ଉଭୟ ସୁରକ୍ଷିତ ଅଛନ୍ତି । ଉଭୟଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଅନ୍ଧ୍ରପ୍ରଦଶରୁ ଫେରିଥିଲେ । ୧୨ଦିନ ହେବ ସ୍ବାମୀ ଏବଂ ସ୍ତ୍ରୀ ଉଭୟ  କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ମହିଳା ଜଣଙ୍କ ଗର୍ଭବତୀ ଥିଲେ । ବୁଧବାର ଦିନ ହଠାତ୍ ମହିଳାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।

ଘଟଣା ସଂପର୍କରେ ଜାଣି କାଠରଗଡ଼ା ସରପଞ୍ଚ ଡାକ୍ତର ଏବଂ ବିରିଗୁମ୍ମା ବିଡ଼ିଓ ପ୍ରଣୟନ ରଞ୍ଜନ ବେହେରାଙ୍କୁ ଡକାଇ ଥିଲେ । ଡ଼ାକ୍ତର ପହଞ୍ଚି ମହିଳାଙ୍କ ପ୍ରସବ କରାଇ ଥିଲେ । ଆଉ ମହିଳା ସନ୍ଧ୍ୟା ୭ଟାରେ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ପ୍ରସବ ପରେ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସ ଯୋଗେ ଜୟପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।



from Prameya News7 https://ift.tt/3cbdLF2
କ୍ବାରେଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କ ପ୍ରସବ, ଜନ୍ମ ହେଲା ଶିଶୁପୁତ୍ର କ୍ବାରେଣ୍ଟାଇନ୍ ସେଣ୍ଟରରେ ମହିଳାଙ୍କ ପ୍ରସବ, ଜନ୍ମ ହେଲା ଶିଶୁପୁତ୍ର Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.