୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ ଟି-୨୦ ବିଶ୍ଵକପ୍ : ଆଇସିସି ବୋର୍ଡ ବୈଠକରେ ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ ୨୮।୫: ଆଜି ଟେଲି କନଫରେନ୍ସରେ ଆଇସିସି ବୋର୍ଡର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି -୨୦ ବିଶ୍ବକପ୍ ସ୍ଥଗିତାଦେଶକୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି । ଏହାସହ ଅକ୍ଟୋବରରେ ଆଇପିଏଲ୍ ଆନୁଷ୍ଠାନିକ ହେବା ନେଇ ଔପଚାରିକ ସୂଚନା ମିଳିବା ନେଇ ଆଶା କରାଯାଉଛି । ଯଦି ଏହା ହୁଏ ତେବେ ସଦସ୍ୟମାନଙ୍କୁ ଆସନ୍ତା ମାସ ପାଇଁ ସେମାନଙ୍କର ଦ୍ବିପାକ୍ଷିକ ସିରିଜ୍ ପାଇଁ ପ୍ରସ୍ତୁତି କରିବାରେ ସହାୟତା ମିଳିବ ।

ଆଇସିସି ବୋର୍ଡର ଜଣେ ଅଧିକାରୀ କହିଛନ୍ତି, ବୈଠକ ବେଳେ ଟି-୨୦ ବିଶ୍ବକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହାର ଆନୁଷ୍ଠାନିକ ଘୋଷଣା ହେବ କି ନାହିଁ । ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବକପ୍ ଆୟୋଜନ କରିବାର ବହୁତ କମ୍ ସମ୍ଭାବନା ଅଛି । କ୍ରିକେଟ୍ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ କୌଣସି ଶୀର୍ଷ କ୍ରିକେଟ୍ ବୋର୍ଡ ଅସୁବିଧାର ସମ୍ମୁଖୀନ ହେବେ ।

ବର୍ଷ ଶେଷରେ ଟେଷ୍ଟ ସିରିଜ୍ ପାଇଁ ଭାରତକୁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ପଡିବ । ସୂତ୍ର ଅନୁସାରେ ଭାରତୀୟ ଦଳ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଭାରତ ଆସିବ। ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟି-୨୦ ସିରିଜ୍ ନେଇ ଦକ୍ଷିଣ ଆଫ୍ରିକାକୁ ସ୍ଥିର କରିବାକୁ ଦିଆଯାଉ ।

ଆଇପିଏଲର ଆୟୋଜନ ଭାରତରେ ସେହି ସମୟର କୋଭିଡ -୧୯ ସ୍ଥିତି ଉପରେ ନିର୍ଭର କରିବ। ପରିସ୍ଥିତିକୁ ସ୍ବାଭାବିକ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଟୁର୍ଣ୍ମାମେଣ୍ଟ ପାଞ୍ଚ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହୋଇପାରିବ। ଆଇସିସିର ନୂଆ ଅଧ୍ୟକ୍ଷଙ୍କ ପାଇଁ ନାମାଙ୍କନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ କୋଲିନ୍ ଗ୍ରେଭସ୍ ଏହି ପଦବୀର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ କରାଯାଉଛି । ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ଦୌଡରେ ସାମିଲ ହୋଇପାରନ୍ତି ।



from Prameya News7 https://ift.tt/2M7Pe9v
୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ ଟି-୨୦ ବିଶ୍ଵକପ୍ : ଆଇସିସି ବୋର୍ଡ ବୈଠକରେ ଆଜି ହେବ ନିଷ୍ପତ୍ତି ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ ଟି-୨୦ ବିଶ୍ଵକପ୍ : ଆଇସିସି ବୋର୍ଡ ବୈଠକରେ ଆଜି ହେବ ନିଷ୍ପତ୍ତି Reviewed by SUBHENDU BARAL on May 27, 2020 Rating: 5

No comments:

Powered by Blogger.