ନୂଆଦିଲ୍ଲୀ ୦୧।୦୬: ଆଜିଠୁ ଦେଶରେ ଅନ୍ ଲକ୍ -୧ ଆରମ୍ଭ ହୋଇଛି । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ବାକି ପୂରା ଦେଶରେ ଅନେକ ଜିନିଷ ପ୍ରତି କୋହଳ କରାଯାଇଛି । ଗତକାଲି ଲକଡାଉନ ୪.୦ ଅବଧି ସରିଥିବା ବେଳେ ଜୁନ ୩୧ ଯାଏ ଲକଡାଉନକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପରିସ୍ଥିତିକୁ ଦେଖି ୩ଟି ପର୍ଯ୍ୟାୟରେ ଅନ୍ ଲକ ହେବ । କେନ୍ଦ୍ର ସରକାରଙ୍କ ଅନଲକ୍-୧ ଗାଇଡଲାଇନ୍ ଅନୁସାରେ, ପ୍ରଥମ ଫେଜରେ ୮ଜନ୍ ରୁ ଖୋଲିବ ଧର୍ମାନୁଷ୍ଠାନ୍ । ପୂଜା ଆରାଧନା ପାଇଁ ସାଧାରଣ ଲୋକଙ୍କୁ ମିଳିବ ଅନୁମତି । ତେବେ କୌଣସି ଉତ୍ସବକୁ ଅନୁମତି ମିଲିବନି ।
ସେହିଭଳି ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ ସହ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ଅନୁଷ୍ଠାନ ଗୁଡ଼ିକ ଖୋଲିବ । ଏସବୁ ସ୍ଥାନରେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ନାଇଟ୍ କର୍ଫ୍ୟୁ କ୍ଷେତ୍ରରେ କିଛିଟା କୋହଳ କରାଯାଇଛି । ପୂର୍ବରୁ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଆଜିଠୁ ରାତି ୯ରୁ ଭୋର୍ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ।
ଫେଜ ଓ୍ୱାନ୍- ୮ଜନ୍ ରୁ ଖୋଲିବ ଧର୍ମାନୁଷ୍ଠାନ୍ । ପୂଜା ଆରାଧନା ପାଇଁ ସାଧାରଣ ଲୋକଙ୍କୁ ମିଳିବ ଅନୁମତି। ତେବେ କୌଣସି ଉତ୍ସବକୁ ଅନୁମତି ମିଲିବନି ।
ଫେଜ୍ ଟୁ’- ଅର୍ଥାତ୍ ଜୁଲାଇମାସରେ ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ, କୋଚିଂ ଓ ଟ୍ରେନିଂ ସେଣ୍ଟର ଖୋଲିବାକୁ ମିଳିବ ଅନୁମତି । ତେବେ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ସହ ଆଲୋଚନା ପରେ ଅନୁମତି ଦେବେ କେନ୍ଦ୍ର ସରକାର ।
ଫେଜ୍ ଥ୍ରି – ପରିସ୍ଥିତିକୁ ନଜରରେ ରଖି ଏହି ସବୁ ଆକ୍ଟିଭିଟିକୁ ଆରମ୍ଭ କରିବା ନେଇ ବିଚାର କରାଯିବ । ଯେମିତିକି ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ବିମାନଯାତ୍ରୀ , ମେଟ୍ରୋ ରେଲ୍, ସିନେମା ହଲ, ଜିମ୍, ସୁଇମିଂପୁଲ୍, ଏଣ୍ଟରଟେନ୍ମେଣ୍ଟ ପାର୍କ, ଥିଲଟର, ବାର୍, ଅଡିଟୋରିଅମ୍, ଆସେମ୍ବ୍ଲି ହଲ । ଅର୍ଥାତ୍ ଏସବୁ କିଛି ମଧ୍ୟ ଆଗକୁ ଆହୁରି କିଛି ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡ଼ା, ଏଣ୍ଟରଟେନମେଣ୍ଟ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ସଭା ବା ଉତ୍ସବ ବର୍ତ୍ତମାନ ପାଇଁ ବନ୍ଦ ରହିବ ।
from Prameya News7 https://ift.tt/2XQqEPF
No comments: