ନୂଆଦିଲ୍ଲୀ: ବଙ୍ଗୋପସାଗର ପରେ ଏବେ ଆରବ ସାଗରରେ ଦାନା ବାନ୍ଧୁଛି ଏକ ବାତ୍ୟା ! ଦକ୍ଷିଣ ପୂର୍ବ ଓ ମଧ୍ୟ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେଇପାରେ। ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେବା ନେଇ ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଦିଗକୁ ଗତି କରିବ। ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ। ଜୁନ୍ ୩ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହାର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଉପକୂଳରେ ବର୍ଷା ହୋଇପାରେ। ସେପଟେ ଅବପାତ ଯୋଗୁ ଚଳିତବର୍ଷ ମୌସୁମୀ ଅନୁକୂଳ ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ନିକଟରେ ବାତ୍ୟା ‘ଅମ୍ପନ୍’ ଯୋଗୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ‘ଅମ୍ପନ୍’ ୮୬ ଜଣଙ୍କ ପ୍ରାଣ ନେଇଥିବାବେଳେ ୧୦ ମିଲିୟନ୍ ଲୋକ ବାସହରା ହୋଇଥିଲେ।
from OTV Khabar. https://ift.tt/2AvNnbK
No comments: