ଡେରାଡୁନ ୦୧।୦୫: ସାରାଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏପରିକି ରାଜ୍ୟ ବାହାରୁ ବା ଦେଶ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍ କରାଯାଇଛି । କିନ୍ତୁ ଏହି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯଦି କିଛି ଯୁବକ ଅସମାଜିକ କାମରେ ବ୍ୟବହାର କରନ୍ତି । ତେବେ ଏହା ନିନ୍ଦନୀୟ । ତେବେ ଏହିଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ଗୁସାଇପୁରର ଆନନ୍ଦପୁର ଅଞ୍ଚଳରେ । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ କ୍ୟାରେଣ୍ଟାଇନ୍ ସେଣ୍ଟରରେ ଭାବେ ବ୍ୟବହାର କରାଯାଉଛି । ଯେଉଁଠାରେ କିଛି ପ୍ରବାସୀମାନେ ରହୁଛନ୍ତି । କିନ୍ତୁ ରବିବାର ଦିନ ଜଣେ ଯୁବକ ଆସି ଯୁବତୀଙ୍କୁ ଅସଦାଚରଣ କରିଥିଲା । ତେବେ ଯୁବତୀ ଜଣଙ୍କ ପାଟି କରିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ଆସି ଯୁବକକୁ ଘେରିଯାଇଥିଲା । ପ୍ରବଳ ମାଡ ମାରିବା ସହ ପୋଲିସ ଜିମା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।
ଗୁସାଇପୁରର ପ୍ରାଇମେରୀ ସ୍କୁଲର ସହାୟକ ଅଧ୍ୟାପକଙ୍କ ପୋଲିସକୁ କହିଛନ୍ତି ଯେ, ପୁରନପୁର ନିବାସୀ ଯୋଗନ୍ଦେର ସିଂହଙ୍କ ସେବକ ରିଙ୍କୁ ରବିବାର ଦିନ ସକାଳ ସମୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପଶିଯାଇଥିଲେ । ସେଠାରେ ଆନନ୍ଦପୁରର ଜଣେ ପ୍ରବାସୀ ଯୁବତୀଙ୍କ ଅସଦାଚରଣ କରିଥିଲେ , ଏବଂ କିଛି ଅଭଦ୍ର ଟିପ୍ପଣୀ ମଧ୍ୟ କରିଥିଲେ । ଯୁବକର ଏଭଳି ଆଚରଣକୁ ଯୁବତୀଜଣଙ୍କ ବିରୋଧ କରିଥିଲେ । ଯୁବତୀ ଜଣଙ୍କ ଜୋର୍ରେ ପାଟି କରିଥିଲେ , ଯାହାଫଳରେ ସ୍ଥାନୀୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଓମପ୍ରକାଶ ଶର୍ମା ପହଞ୍ଚିଥିଲେ । ଉପସ୍ଥିତ ଥିବା ଲୋକମାନେ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ପଚରାଉଚରା ପାଇଁ ଥାନାକୁ ନେଇଯାଇଛି । ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ ରିଙ୍କୁର ଘର ବରେଲି (ଉତ୍ତରପ୍ରଦେଶ) ଜିଲ୍ଲାର ମାରିଗଞ୍ଜ ଅଞ୍ଚଳରେ । ଧାରା ୩୫୪ ଆଧାରରେ ମୁକଦ୍ଦମା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରକ୍ଷା ବଢାଇବାକୁ ଦାବି କରାଯାଇଛି ।
from Prameya News7 https://ift.tt/2XOmgkj
No comments: