ନିର୍ଦ୍ଦୟ ମାଆ : ରାସ୍ତାକଡ଼ରେ ନବଜାତ ଶିଶୁଙ୍କୁ ଫିଙ୍ଗିଦେଲେ

ବରଗଡ/ଗଞ୍ଜାମ: ଅଭାବନୀୟ, ରାସ୍ତାରେ ଜନ୍ମକଲା ଶିଶୁକୁ ଫିଙ୍ଗିଦେଲା ମାଆ । ଏଭଳି ଅଭାବନୀୟ ଘଟଣା ଉଭୟ ଗଞ୍ଜାମ ଓ ବରଗଡ଼ ଜିଲ୍ଲାରୁ ଆସିଛି । ଗଞ୍ଜାମରେ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିବା ବେଳେ ବରଗଡ଼ ପିପଲପାଲି ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗଞ୍ଜାମ ସଦର ବ୍ଲକ ହୁମା ହାଟ ପଡିଆ ନିକଟରୁ ଏକ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ଏହି ଶିଶୁ ପୁତ୍ରକୁ କିଏ ଫିଙ୍ଗିଛି ଜଣା ପଡିନାହିଁ । ହାଟ ପଡିଆ ନିକଟରେ  ଶିଶୁଟି କାନ୍ଦୁ ଥିବା ବେଳେ କିଛିଲୋକ ଦେଖିଥିଲେ। ପରେ ଶିଶୁ କୁ ଉଦ୍ଧାର କରି  ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁଟି ୩ରୁ ୪ ଦିନ ଜଳେ ଜନ୍ମହୋଇଥିବା ଅନୁମାନ କରାଯାଉଛି ।

ସେପଟେ ବରଗଡ଼ରେ ମଧ୍ୟ ଘଟିଛି ସମାନ ଘଟଣା । ପାଇକମାଲ ଥାନା  ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁସୁମ ଗଛ ମୂଳରେ ଶିଶୁଟି ଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଶିଶୁଟିକୁ ଦେଖି ଗାଁକୁ ଆସି ଘର ଲୋକଙ୍କୁ କହିଥିଲେ । ପରେ ସେଠାକୁ ଯାଇ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ । ଆଶାକର୍ମୀଙ୍କ ସହାୟତାରେ ଆମ୍ବଲାନ୍ସରେ ଶିଶୁକନ୍ୟାକୁ  ପାଇକମାଲ ଡ଼ାକ୍ତରଖାନାରେ ଶିଶୁଟିର ଚିକିତ୍ସା କରାଯାଇଛି । ତେବେ କିଏ ଏବଂ କାହିଁକି ଏମିତି ଶିଶୁ ମାନଙ୍କୁ ଛାଡ଼ି ଚାଲି ଯାଇଛି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ପ୍ରଶସନ ଘଟଣାର ତଦନ୍ତ କରି ଶିଶୁମାନଙ୍କ ମାଆକୁ ଖୋଜିଲେ ହିଁ ପ୍ରକୃତ ଘଟଣାରୁ ପରଦା ହଟିପାରିବ ।



from Prameya News7 https://ift.tt/2ZuFMoD
ନିର୍ଦ୍ଦୟ ମାଆ : ରାସ୍ତାକଡ଼ରେ ନବଜାତ ଶିଶୁଙ୍କୁ ଫିଙ୍ଗିଦେଲେ ନିର୍ଦ୍ଦୟ ମାଆ : ରାସ୍ତାକଡ଼ରେ ନବଜାତ ଶିଶୁଙ୍କୁ ଫିଙ୍ଗିଦେଲେ Reviewed by SUBHENDU BARAL on May 22, 2020 Rating: 5

No comments:

Powered by Blogger.