ପୁଣି ଓଲଟିଲା ପ୍ରବାସୀ ବସ୍ । ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୩୦ ଆହତ, ୩ ଗୁରୁତର Kanak News

କନକ ବ୍ୟୁରୋ: ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳପୁର ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ଥିବା ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଛି । ବସରେ ସିଟ୍ ଅନୁସାରେ କମ୍ ଯାତ୍ରୀ ଥିବାରୁ କ୍ଷତି କମ୍ ହୋଇଛି । ଏଥିସହ ବସଟି ସିଧାସଳଖ ପଡିଥିବାରୁ ମଧ୍ୟ ଅଧିକ କ୍ଷତି ହୋଇନଥିବା କୁହାଯାଉଛି । ବସରେ କେରଳରୁ ପଶ୍ଚିମବଙ୍ଗକୁ ପ୍ରବାସୀ ଶ୍ରମିକ ମାନେ ଫେରୁଥିବାବେଲେ ।

ଆଜି ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଏକ ପ୍ରବାସୀ ବସ ଓଲଟିଥିବାର ଖବର ମିଳିଛି। ଏହି ବସଟି (କେଏଲ୍ ୫୫ଏଲ୍ ୮୫୭୭) କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାର ସୂଚନା ମିଳିଛି। ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଖବର ପାଇ ସ୍ଥାନୀୟ ଲୋକେ ଓ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।



from Kanak News https://ift.tt/3gAPHPw https://ift.tt/3djWIC4
ପୁଣି ଓଲଟିଲା ପ୍ରବାସୀ ବସ୍ । ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୩୦ ଆହତ, ୩ ଗୁରୁତର Kanak News ପୁଣି ଓଲଟିଲା ପ୍ରବାସୀ ବସ୍ । ବାଲେଶ୍ୱରରେ ପୋଲ ତଳକୁ ଖସିଲା ବସ୍ । ୩୦ ଆହତ, ୩ ଗୁରୁତର Kanak News Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.