ଭୁବନେଶ୍ବର ୨୬।୫: ଆଜିଠୁ ଟ୍ବିନ୍ ସିଟିରେ ଗଡିଲା ‘ମୋ ବସ୍’। ସକାଳ ୭ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭୁବନେଶ୍ବର ଏବଂ କଟକରେ ‘ମୋ ବସ୍’ ଯାତାୟତ କରିବ । ଏଥିପାଇଁ ୭ଟି ରୁଟ୍ ଚିହ୍ନଟ ହୋଇଛି । ଭୁବନେଶ୍ବରର ନନ୍ଦନ ବିହାର-ଲିଙ୍ଗିପୁର, ଭାୟା ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, କଳ୍ପାନା ଦେଇ ‘ମୋ ବସ୍’ ଚଳାଚଳ କରିବ ।

ସେହିପରି ମାଷ୍ଟର କ୍ୟାଣ୍ଟିନ- ଖୋର୍ଦ୍ଧା ଏନବିଏସ, ଭାୟା ବାଣୀବିହାର, ବରମୁଣ୍ଡା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଭାୟା ଫାୟାର ଷ୍ଟେସନ୍ ଦେଇ ଚଳାଚଳ କରିବ । ଡୁମଡୁମା-ମଞ୍ଚେଶ୍ବର, ଭାୟା ମାଷ୍ଟର କ୍ୟାଣ୍ଟିନ୍, ମାଷ୍ଟର କ୍ୟାଣ୍ଟିନ୍-ଏମସ୍, ଭାୟା ଫାୟାର ଷ୍ଟେସନ, ବରମୁଣ୍ଡା ଦେଇ ଚଳାଚଳ କରିବ ।

ସେହିପରି ଏୟାରପୋର୍ଟରୁ କଟକ ସିଡିଏ ଭାୟା ଏଜି ଛକ ଓ ପଡିଆ ଦେଇ ଚଳାଚଳ କରିବ ‘ମୋ ବସ୍’। ଏହାସହ ମାଷ୍ଟର କ୍ୟାଣ୍ଟିନରୁ କଟକ ସିଡିଏକୁ ଭାୟା ରସୁଲଗଡ ବାଦାମବାଡି ଦେଇ ‘ମୋ ବସ୍’ ଚଳାଚଳ କରିବ ।

ତେବେ କେବଳ ଅଣ ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ । ବସରେ ଯାତ୍ରା ନିମନ୍ତେ କେତେକ ସର୍ତ୍ତ ରଖାଯାଇଛି । ପ୍ରଥମ ସର୍ତ୍ତ ହେଉଛି ଯାତ୍ରୀମାନେ କରୋନା ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରିବେ। ବିନା ମାସ୍କରେ ଗାଡିରେ କେହି ଯାତ୍ରା କରିପାରିବେ ନାହିଁ ।

ସେହିପରି ଟିକେଟ୍ ମୂଲ୍ୟ ଯାହା ସେତିକି ଟଙ୍କାର ଖୁଚୁରା ଦେବାକୁ ପଡିବ । ସେହିପରି ବସ୍ ରେ ଯେତିକି ସିଟ୍ ରହିଛି ସେତିକି ଲୋକ ଯାଇପାରିବେ । ବସ୍ ଭିତରେ କେହି ଛିଡା ହୋଇ ଯାଇପାରିବେ ନାହିଁ । ସିଟ୍ ଖାଲି ନଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ ।
from Prameya News7 https://ift.tt/2Xu7Mpx
No comments: