ଟ୍ରାକ୍ଟର ଡାଲାରୁ ଖସିପଡିଲେ ମା’-ପୁଅ : ଚକ ଚଢିଗଲା ମା’ ଉପରେ, ଛିଟିକି ପଡିଲା ୪ ବର୍ଷର ଶିଶୁ

ବାଂଶପାଳ ୩୦।୫: ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ସିଂପୁରଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୁତ୍ୟୁ ଘଟିଛି । ହେଲେ ବଞ୍ଚିଯାଇଛି ସାଙ୍ଗରେ ଥିବା ୪ବର୍ଷର ଶିଶୁ ।

ସୂଚନାଯୋଗ୍ୟ ଯେ, ରତେଇ ଖଣି ଗ୍ରାମର ପାନସୁରୀ ଧାନଓ୍ୱାର (୨୫) ନିଜ ବାପ ଘର କୁଶକଳା ଗ୍ରାମକୁ ଆସିଥିଲେ । ତେବେ ଶୁକ୍ରବାର ଶ୍ବଶୁର ଘର ଗାଁ ରତେଇ ଖଣିକୁ ଏକ ଟ୍ରାକ୍ଟର ଟ୍ରଲି ଉପରେ ବସି ଫେରୁଥିଲେ । ଟ୍ରାକ୍ଟର ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳଉଥିବା ବେଳେ ସିଂପୁର ବଇଗାଁ ନଦୀ ପୋଲ ପାଖରେ ଟ୍ରଲି ଉପରୁ ପାନସୁରୀ ପୁଅ ସହିତ ଖସିପଡିଥିଲେ ।

ଫଳରେ ଟ୍ରାକ୍ଟର ପଛ ଚକ ତାଙ୍କ ଦେହ ଉପରେ ଚଢିଯାଇଥିଲା । ହେଲେ ପାଖରେ ଥିବା ପୁଅ ଛିଟିକି ପଡିଥିବା ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଫେରାର ହୋଇଯାଇଥିବା ଜଣାପଡିଛି । ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।



from Prameya News7 https://ift.tt/2U8iPEj
ଟ୍ରାକ୍ଟର ଡାଲାରୁ ଖସିପଡିଲେ ମା’-ପୁଅ : ଚକ ଚଢିଗଲା ମା’ ଉପରେ, ଛିଟିକି ପଡିଲା ୪ ବର୍ଷର ଶିଶୁ ଟ୍ରାକ୍ଟର ଡାଲାରୁ ଖସିପଡିଲେ ମା’-ପୁଅ : ଚକ ଚଢିଗଲା ମା’ ଉପରେ, ଛିଟିକି ପଡିଲା ୪ ବର୍ଷର ଶିଶୁ Reviewed by SUBHENDU BARAL on May 29, 2020 Rating: 5

No comments:

Powered by Blogger.