ପୂର୍ବତନ ସରପଞ୍ଚଙ୍କ ଘରୁ ଡକାୟତି, ବୋମାମାଡ ସହ ବାପା-ପୁଅଙ୍କୁ ଭୁଜାଲିରେ ହାଣିଲେ

ଖୋର୍ଦ୍ଧା ୨୬।୫: ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚୈତନ ଜୟସିଂହଙ୍କ ଘରେ ଡକାୟତି ହୋଇଛି । ଗତକାଲି ରାତି ପାଖାପାଖି ଦୁଇଟା ସମୟରେ ୧୫ ଜଣ ଡକାୟତ ଚୈତନଙ୍କ ଗେଟ୍ ତାଲା ଭାଙ୍ଗି ଘର ଭିତରେ ପଶି ଲୁଟପାଟ୍ ଆରମ୍ଭ କରିଥିଲେ ।

ଚୈତନ ଓ ତାଙ୍କ ପୁଅ ଏହାକୁ ବିରୋଧ କରିବାରୁ ଡକାୟତମାନେ ତାଙ୍କ ଉପରକୁ ବୋମାମାଡ କରିବା ସହିତ ପୁଅକୁ ଭୁଜାଲିରେ ହାଣି ଦେଇଛନ୍ତି । ଫଳରେ ସେ ଆହତ ହୋଇଛନ୍ତି । ଡକାୟତଙ୍କ ଆକ୍ରମଣ ଭୟରେ ଚୈତନଙ୍କ ପତ୍ନୀ କୋଠା ଉପରୁ ଡେଇଁ ପଡିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଘମାରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/3ejGAk8
ପୂର୍ବତନ ସରପଞ୍ଚଙ୍କ ଘରୁ ଡକାୟତି, ବୋମାମାଡ ସହ ବାପା-ପୁଅଙ୍କୁ ଭୁଜାଲିରେ ହାଣିଲେ ପୂର୍ବତନ ସରପଞ୍ଚଙ୍କ ଘରୁ ଡକାୟତି, ବୋମାମାଡ ସହ ବାପା-ପୁଅଙ୍କୁ ଭୁଜାଲିରେ ହାଣିଲେ Reviewed by SUBHENDU BARAL on May 25, 2020 Rating: 5

No comments:

Powered by Blogger.