ନୂଆଦିଲ୍ଲୀ: କରୋନା ସତରକ୍ତତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲ ମାନଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡ଼ଧରଣର ସମାବେଶ ନକରିବାକୁ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି।
କୌଣସି ଛାତ୍ର କିମ୍ବା ସ୍କୁଲ କର୍ମଚାରୀ ଗତ ୨୮ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବେ କିମ୍ବା କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ତାଙ୍କୁ ୧୪ ଦିନ ପାଇଁ ଘରେ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଅନ୍ତୁ।
ପିଲାଙ୍କ ଦେହରେ ସାମାନ୍ୟ ସର୍ଦ୍ଦି, କାଶ, ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଲକ୍ଷଣ ଦେଖାଦେଲେ କ୍ଲାସ୍ ଟିଚର ତୁରନ୍ତ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଇବା ସହ ଡାକ୍ତରୀ ପରୀକ୍ଷା କରାଇବାକୁ ପରାମର୍ଶ ଦିଅନ୍ତୁ।
ସାବୁନ, ପାଣି କିମ୍ବା ଆଲକହଲ୍ ଯୁକ୍ତ ହ୍ୟାଣ୍ଡୱାସ୍ ଦ୍ୱାରା ହାତ ଧୋଇବାକୁ ପିଲାଙ୍କୁ ପରାମର୍ଶ ଦିଅନ୍ତୁ। ସମସ୍ତେ କାଶିଲା ବେଳେ କିମ୍ବା ଛିଙ୍କିଲା ବେଳେ ମୁହଁରେ କପଡ଼ା କିମ୍ବା ଟିସୁ ପେପର୍ ବ୍ୟବହାର କରନ୍ତୁ। ମନେ ରଖନ୍ତୁ ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ ଯେମିତି ନକରନ୍ତି। ସ୍କୁଲ ପରିସର ଏବଂ ଆସବାବପତ୍ରକୁ ସଫା ରଖନ୍ତୁ।
from OTV Khabar. https://ift.tt/2POr1qQ
No comments: