କେନ୍ଦୁଝର: ଓଡ଼ିଶାରେ ମଧ୍ୟ ବଢ଼ି ଚାଲିଛି ସନ୍ଦିଗ୍ଧଙ୍କ ସଂଖ୍ୟା। ନୂଆ ସନ୍ଦିଗ୍ଧ ଭାବେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସେ ଆଣ୍ଡାମାନରୁ ଫେରିଥିଲେ। ଥଣ୍ଡା ଓ କାଶ ଲାଗି ରହିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା।
ସେହିପରି ବୁର୍ଲା ମେଡିକାଲକୁ ବି ଆସିଛନ୍ତି ଜଣେ କରୋନା ସନ୍ଦିଗ୍ଧ। ତାଙ୍କ ଘର ସୋନପୁର ଡୁଙ୍ଗୁରିପାଲି ଅଚଂଳରେ। ଗତ ମାସ ୨୭ ତାରିଖରେ ସେ ଦୁବାଇରୁ ଫେରିଥିଲେ। ତାଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ପଠାଯାଇଛି।
ସେପଟେ ପାରାଦୀପରେ ଲାଗିଥିବା ଏକ ଚୀନ୍ ଜାହାଜରୁ ଉଦ୍ଧାର ହୋଇ ଆସିଥିବା ଦଂପତିଙ୍କର ଏସସିବିର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ତାଙ୍କ ସ୍ବାବ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଓଡ଼ିଶାରେ କୌଣସି ସ୍ଥାନରେ ରୋଗର ସ୍ପଷ୍ଚ ଚିହ୍ନଟ ହୋଇନଥିବାରୁ ସ୍କୁଲ-କଲେଜ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
from OTV Khabar. https://ift.tt/3csUVLf
ଓଡ଼ିଶାରେ ଆଉ ଦୁଇ କରୋନା ସନ୍ଦିଗ୍ଧ OTV KHABAR BUREAU
Reviewed by SUBHENDU BARAL
on
March 04, 2020
Rating:
No comments: