ରାଜଧାନୀରେ ଆତଙ୍କରାଜ : ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ Kanak News

କନକ ବ୍ୟୁରୋ : ଅସୁରକ୍ଷିତ ହୋଇଗଲାଣି ରାଜଧାନୀ। ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ସ୍ଥାନ ନୂଆପଲ୍ଲୀ ଓ କଟକ ରୋଡ୍‌ରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ଦୁଇଜଣ ଦୁର୍ବୃତ୍ତ ପଟିଆ ଅଞ୍ଚଳର ଜଣେ ନାବାଳକୁ ଗୋଡ଼େଇ ଗୋଡ଼େଇ ହାଣି ଲହୁଲୁହାଣ କରିଥିବା ବେଳେ ୭ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ କଟକ ରୋଡ୍‌ରେ ଜଣେ ହାଇୱା ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ଚାଳକଙ୍କୁ ମାଡ଼ ମାରିବାର ଦୃଶ୍ୟ ଜଣେ ଯୁବକ ଉତ୍ତୋଳନ କରୁଥିବାରୁ ତାଙ୍କୁ ମଧ୍ୟ ଛାଡ଼ିନାହାନ୍ତି ଦୁର୍ବୃତ୍ତ।

ସାମାନ୍ୟ ବଚସାକୁ କେନ୍ଦ୍ର କରି ଆଜି ରାତିରେ ନୂଆପଲ୍ଲୀ ଥାନା ଏନ୍‌-୩ ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି ଦୁଇ ଯୁବକ। ସେ ହେଲେ, ପଟିଆ ଅଞ୍ଚଳର ଅନନ୍ତ ମହାନ୍ତି(୧୭)। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ତାଙ୍କର ପିଠି, ଗୋଡ଼ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏ ସଂପର୍କରେ ନୂଆପଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତ ନୂଆପଲ୍ଲୀକୁ ଟ୍ୟୁସନ୍‌ ଆସିଥିଲେ। ନୂଆପଲ୍ଲୀ ଏନ୍‍-୩ ଶନିମନ୍ଦିର ପାଖରେ ଦୁଇ ଯୁବକ ରାସ୍ତା ପାର୍ଶ୍ବରେ ବସି ଗାଳିମନ୍ଦ କରୁଥିଲେ। ସେହି ବାଟ ଦେଇଯାଉଥିବା ଅନନ୍ତ ଭାବିଲେ, ଯୁବକମାନେ ତାଙ୍କୁ ଗାଳି କରୁଛନ୍ତି। ଏ ସମ୍ପର୍କରେ ଦୁଇ ଯୁବକଙ୍କୁ ସେ ପଚାରିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ଯୁବକ ବିଚ୍‌ ରାସ୍ତାରେ ତାଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ଅନନ୍ତ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତଦ୍ବୟ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଲାଗି ଉତ୍ତେଜନା ଦେଖା ଯାଇଥିଲା। ଆକ୍ରମଣ କରିଥିବା ଦୁଇ ଯୁବକଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ଉ କରୁଥିବା ଜଣାଯାଇଛି।



from Kanak News https://ift.tt/2wvPP04 https://ift.tt/2OIicys
ରାଜଧାନୀରେ ଆତଙ୍କରାଜ : ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ Kanak News ରାଜଧାନୀରେ ଆତଙ୍କରାଜ : ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ Kanak News Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.