କରୋନା ସଂକ୍ରମିତ ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ ୬।୩: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍ । କରୋନା ଭାଇରସ୍ ରେ ସଂକ୍ରମିତି ହୋଇଥିବା ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ମଧ୍ୟ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଛି ।

ଜୟପୁରରେ ପ୍ରାଥମିକ ଭାବେ ଇଟାଲୀ ପର୍ଯ୍ୟଟକଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ପୁଣେ ସ୍ଥିତ ଏନଆଇଭିକୁ ସାମ୍ପଲ ପଠାଯାଇଥିଲା । ସେଠାରୁ ମଧ୍ୟ ରିପୋର୍ଟ ପଜିଟିଭ ବାହରିଛି । ଗୁରୁବାର କରୋନା ଭାଇରସ୍ ରେ ଦୁଇ ଜଣ ସଂକ୍ରିମିତ ହୋଇଥିବା ଜଣାପଡିଛି ।

ଏଯାଏଁ ୩ ହଜାର ୫୪୨ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷଣ ସରିଲାଣି । ଏଥିରୁ ୩୧ ଜଣଙ୍କଠାରେ ପଜିଟିଭ ବାହାରିଛି । ୯୦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

ଦେଶରେ କରୋନା ଭୟାବହତା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ଦେଶର ସମସ୍ତ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ୩୧ ମାର୍ଚ୍ଚ ଯାଏଁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବାୟୋମେଟ୍ରିକ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର ।

କରୋନା ପାଇଁ ଦେଶର ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ ଆଲର୍ଟ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସାରା ବିଶ୍ବରେ  କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩ ଶହ ଟପିଛି । କେବଳ ଚୀନରେ ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ୮୬ଟି ଦେଶରେ କରୋନା ପହଞ୍ଚିସାରିଲାଣି । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ଟପିଛି । ଇଟାଲୀରେ ୧୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତକୁ ଦେଖି ଇଟାଲୀରେ ସ୍କୁଲ ଏବଂ କଲେଜ ବନ୍ଦ କରି ଦିଆଯାଇଛି ।



from Prameya News7 https://ift.tt/2IoJE0I
କରୋନା ସଂକ୍ରମିତ ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଛୁଇଁଲା କରୋନା ସଂକ୍ରମିତ ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଛୁଇଁଲା Reviewed by SUBHENDU BARAL on March 05, 2020 Rating: 5

No comments:

Powered by Blogger.