
କନକ ବ୍ୟୁରୋ : ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଝାରସୁଗୁଡା କଲୋନୀରେ ଥିବା ଜିତେନ୍ଦ୍ରଙ୍କ ବାସଭବନ ସମେତ ଏକକାଳିନ ୬ଟି ସ୍ତାନରେ ଚଢ଼ାଉ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ତିନୋଟି ଦୁଇ ମହଲା ଘର , ଝାରସୁଗୁଡା ସହରରେ ଗୋଟିଏ ପ୍ଲଟ , ଗୋଟିଏ ଚାରି ଚକିଆ ଯାଜନ , ତିନୋଟି ମଟର ସାଇକେଲ, ବିଭିନ୍ନ ବ୍ୟାଙ୍କରେ ଜମା ଥିବା ଟଙ୍କା, ସୁନା ଗହଣା ଓ ତାଙ୍କ ପାଖରେ ଥିବା ନଗଦ ଟଙ୍କା ଯାହାର ମୋଟ ମୂଲ୍ୟ ୧କୋଟି ୧୧ ଲ ପଂଚାବନ ହଜାର ଟଙ୍କାର ସମ୍ପତି ଠାବ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ହେଲେ ସେ ୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିସାବ ଦେଇପାରିନଥିଲେ । ତେଣୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
from Kanak News https://ift.tt/39Bw8m4 https://ift.tt/2vxlLR5
ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ : କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ Kanak News
Reviewed by SUBHENDU BARAL
on
March 07, 2020
Rating:
No comments: