ନୟାଗଡ ୬।୩: ଆଜି ନୟାଗଡ ବନ୍ଦ । ଚିନିକଳକୁ ଚାଲୁ କରିବା ଦାବିରେ ୧୨ ଘଣ୍ଟିଆ ନୟାଗଡ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି ।

ଏହି ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସେବା ଓ ପରୀକ୍ଷାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ନୟାଗଡ ଜିଲ୍ଲାର ପାଣିପୋଇଲା ଠାରେ ୧୯୮୮ ମସିହାରେ ସମବାୟ ଚିନିକଳ ପ୍ରତିଷ୍ଠା କରାଯିବା ପରେ ଏହି ଚିନିକଳ ଆଖୁଚାଷୀଙ୍କ ଜୀବନ ଜୀବିକାର ମାଧ୍ୟମ ଥିଲା । ହେଲେ ପରିଚାଳନାଗତ ତ୍ରୁଟି , ସରକାରଙ୍କର ଆନ୍ତରିକତାର ଅଭାବରୁ ଏହି ଚିନିକଳକୁ ଦୁଇ ଦୁଇ ଥର ଘରୋଇ କମ୍ପାନୀକୁ ବିକ୍ରି କରାଯାଇଥିବାବଳେ ଅଧିକାଂଶ ସମୟ ବନ୍ଦ ରହିଥିଲା ।

୨୦୧୪ ମସିହାରୁ ଏନଏସସିଏଲ କମ୍ପାନୀ କର୍ତ୍ତୃପକ୍ଷ ଚାଷୀ ଓ ଶ୍ରମିକମାନଙ୍କର କୋଟିକୋଟି ଟଙ୍କା ବାକି ରଖି ଏହାକୁ ତାଲା ପକାଇ ରଖିଛନ୍ତି। ଏହାକୁ ଚାଲୁ କରିବା ପାଇଁ ବୈଠକ ଏବଂ ଆନ୍ଦୋଳନ କରାଯାଇଛି ହେଲେ କୌଣସି ସୁଫଳ ମିଳିନି ।
from Prameya News7 https://ift.tt/32RwHWz
No comments: