ସାରା ବିଶ୍ୱକୁ ଡରାଇଲାଣି କରୋନା । ୨୬୦୦ ଟପିଲାଣି ମୃତକଙ୍କ ସଂଖ୍ୟା, ଇରାନରେ ବି ଗଲାଣି ୫୦ରୁ ଅଧିକ ଜୀବନ Kanak News

କନକ ବ୍ୟୁରୋ : କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା  ୨,୬୨୦ରେ ପହଞ୍ଚିଥିବାବେଳେ ବିଶ୍ବବ୍ୟାପୀ ୭୭,୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆ ଏବଂ ଇଟାଲିରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହୋଇଯାଇଛି। ଭାଇରସ୍‌ ମହାମାରୀର ରୂପ ନେବାନେଇ ଏବେ ଭୟ ବଢ଼ିଛି। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗତକାଲି ସର୍ବାଧିକ ସ୍ବାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଥିଲେ। ତେବେ ଚୀନ୍‌ ପରେ ଦକ୍ଷିଣ କୋରିଆରେ ୮୦୦ରୁ ଅଧିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ କୋରିଆରେ  ଆଉ ୭୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍ ଗତ ରବିବାର ଦିନ ଅତ୍ୟନ୍ତ ଉଚ୍ଚ ସ୍ତରୀୟ ଜାତୀୟ ସଚେତନନତା ଜାରି କରିଥିଲେ। ଦକ୍ଷିଣ କୋରିଆରେ ସମୁଦାୟ ୧୧ ଜଣ ସାମରିକ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇଟାଲିରେ ୧୨ରୁ ଅଧିକ ପ୍ରମୁଖ ସହରକୁ ଏବେ ବନ୍ଦ ରଖାଯାଇଛି। ୧୩୦ରୁ ଅଧିକ ଜଣ ଇଟାଲିରେ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ଇଟାଲିରେ ପୁଣି ଆଉ ୩ ଜଣଙ୍କ ମୃତ୍ୟୁ ହୋଇ ସମୁଦାୟ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି।

ଇରାନ୍‌ରେ ୫୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା‌ କୁହାଯାଉଥିଲେ ମଧ୍ୟ ଇରାନ୍‌ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଇରାନ୍‌ର କୋମ୍‌ର ଜଣେ ସାଂସଦ ଅଭିଯୋଗ କରିଥିଲେ ଯେ ଇରାନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଇରାନ୍‌ରେ କରୋନା ଯୋଗୁଁ କେତେଜଣଙ୍କ ମୃତ୍ୟୁ ହୋଇଛି‌ ସେନେଇ ସତ କହୁନାହାନ୍ତି ଏବଂ ତଥ୍ୟ ଲୁଚାଉଛନ୍ତି। କରୋନା ଯୋଗୁଁ ଇରାନ୍‌ରେ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରାଚ୍ୟରେ ଆଫଗାନିସ୍ତାନ, ବାହରେନ୍‌, କୁଏତ୍‌ ଏବଂ ଇରାକ୍‌ରେ ମଧ୍ୟ ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲିରେ ସମୁଦାୟ ୨୧୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଦଶନ୍ଧିରେ ପ୍ରଥମ ଥର ପାଇଁ ଚୀନ୍‌ ଏହାର ବ‌ାର୍ଷିକ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।



from Kanak News https://ift.tt/38UCKvK https://ift.tt/31yqazq
ସାରା ବିଶ୍ୱକୁ ଡରାଇଲାଣି କରୋନା । ୨୬୦୦ ଟପିଲାଣି ମୃତକଙ୍କ ସଂଖ୍ୟା, ଇରାନରେ ବି ଗଲାଣି ୫୦ରୁ ଅଧିକ ଜୀବନ Kanak News ସାରା ବିଶ୍ୱକୁ ଡରାଇଲାଣି କରୋନା । ୨୬୦୦ ଟପିଲାଣି ମୃତକଙ୍କ ସଂଖ୍ୟା, ଇରାନରେ ବି ଗଲାଣି ୫୦ରୁ ଅଧିକ ଜୀବନ Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.