ଖଲ୍ଲିକୋଟରେ ଚାଚଂଲ୍ୟ । ଘରୁ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ Kanak News

କନକ ବ୍ୟୁରୋ : ଖଲ୍ଲିକୋଟ ଅଂଚଳରେ ଚାଚଂଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତ ଦେହ । ମିଳିଥିବା ସୂଚନା ଅନୁସାରେ ଗୋଟିଏ ବନ୍ଦ ଘରୁ ବାପା , ମାଆ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଘର ବାହାରେ ମାଆ ଓ ଝିଅର ରକ୍ତାକ୍ତ ମୃତ ଦେହ ମିଳିଥିବା ବେଳେ ବାପାଙ୍କର ଝୁଲନ୍ତା ଅବସ୍ଥାରେ ହିଁ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସ୍ତ୍ରୀ ଓ ଝିଅଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ପହଂଚି ଅଧିକ ଛାନଭିନ କରୁଛି ।



from Kanak News https://ift.tt/2HUulfE https://ift.tt/2PnkVxG
ଖଲ୍ଲିକୋଟରେ ଚାଚଂଲ୍ୟ । ଘରୁ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ Kanak News ଖଲ୍ଲିକୋଟରେ ଚାଚଂଲ୍ୟ । ଘରୁ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.