ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଲା ବର୍ଷେ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଉଡାଇଦେଇଥିଲା ଭାରତ, ପୁଲୱାମା ଆକ୍ରମଣର ଦେଇଥିଲା କଡା ଜବାବ, ବାୟୁବୀରଙ୍କ ବୀରତ୍ୱକୁ ମନେ ପକାଉଛି ଭାରତ। Kanak News

କନକ ବ୍ୟୁରୋ : ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଛି ଏକ ବର୍ଷ । ୨୦୧୯ ଆଜିର ଦିନରେ ଭାରତ ଇତିହାସରେ ଯୋଡି ହୋଇଯାଇଥିଲା ଆଉ ଏକ ନୂଆ ଅଧ୍ୟାୟ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଉଡାଇଦେଇଥିଲା ଭାରତୀୟ ବାୟୁସେନା । ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନରେ ଜୋରଦାର ହମଲା କରିଥିଲା ଭାରତ ।


୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

from Kanak News https://ift.tt/2TjLi8E https://ift.tt/2w4gFMz
No comments: