ଚୌଦ୍ବାର ଜେଲରେ ଅଚାନକ୍ ଚଢ଼ଉ : ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛି ଗ୍ୟାଙ୍ଗଷ୍ଟର୍ ଲିଟୁଆ, କମ୍ବଳ, ଷ୍ଟୋଭ୍, ଖାଦ୍ୟ ଓ ଖେଳସାମଗ୍ରୀ ଜବତ Kanak News

କନକ ବ୍ୟୁରୋ : ତେଲ ଅପମିଶ୍ରଣ ମାମଲାରେ ଜେଲରେ ଥିବା ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ବଟି ମାଗିବା ଅଭିଯୋଗରେ ଚାଉଳିଆଗଞ୍ଜ ପୁଲିସ ଧଳ ସାମନ୍ତ ସହଯୋଗୀ ବିଡ଼ାନସୀ ଅଞ୍ଚଳର ଲିଟୁଆ ଓରଫ ଭାରତ ବେହେରାକୁ ଆଜି ଚୌଦ୍ୱାର ଜେଲରେ ମାରାଥନ୍ ଜେରା କରିଛି। ପୂର୍ବରୁ ସୂଚନା ନ ଦେଇ ଆଜି ଚାଉଳିଆଗଞ୍ଜ ପୁଲିସ ଜେଲ୍ରେ ଅତର୍କିତ ଚଢ଼ଉ କରି ମାରାଥନ ଜେରା କରିଛି। ଚଢ଼ଉ ସମୟରେ ଲିଟୁଆ ୱାର୍ଡରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଜେଲ୍ କର୍ମଚାରୀଙ୍କ ସହଯୋଗରେ ଲିଟୁଆ ସେଠାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୁଲିସ ଦେଖିବାକୁ ପାଇଛି।
ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ସମେତ ୬ଜଣିଆ ଟିମ୍ ଚୌଦ୍ବାର ଜେଲରେ ପହଞ୍ଚି ଲିଟୁଆ ରହୁଥିବା ବ୍ଲକ ନମ୍ବର-୨ର ୱାର୍ଡ ନମ୍ବର-୧୬ରେ ଚଢ଼ଉ କରିଥିଲା । ଲିଟୁଆକୁ ଜେଲ କର୍ତ୍ତୃପକ୍ଷ ସବୁ ସୁବିଧା ସୁଯୋଗ ଯୋଗାଉଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା ।
ଚଢ଼ଉ ସମୟରେ ଲିଟୁଆ ରହୁଥିବା ୱାର୍ଡରେ ପୁଲିସକୁ ଚାଉଳ, ଡାଲି, ପରିବା, ଅମୁଲ, କରି ପାଉଡର, ଷ୍ଟୋଭ୍, ତାସ୍, ଲୁଡୁ ପାଲି ଇତ୍ୟାଦି ମିଳିଥିଲା। ଲିଟୁଆ ଯେଉଁ ବ୍ୟାଟ୍ ଦେଖାଇ ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ଧମକ ଦେଉଥିଲା ସେହି ବ୍ୟାଟ୍ଟିକୁ ମଧ୍ୟ ପୁଲିସ ଜବତ କରିଥିଲା। ଏହା ସହ ଲିଟୁଆ ଓ ଶୁଭେନ୍ଦୁ ଦାସ ଓରଫ ପିନ୍ତା ନିକଟରୁ ବାହାରୁ ଯାଇଥିବା ତିନି ପ୍ଲେଟ ବିରିୟାନିକୁ ମଧ୍ୟ ପୁଲିସ ଜବତ କରିଥିଲା। ଜେରା ସମୟରେ ସେ ଧଳସାମନ୍ତ ଭ୍ରାତା ଓ ଚାଉଳିଆଗଞ୍ଜ ଥଟାରିସାହିର ଗ୍ୟାଙ୍ଗଷ୍ଟର ସଞ୍ଜୟ ସାହୁ ଓରଫ ଭଜନିଆ ଓ ଦେବାଶିଷ ସାହୁ ଓରଫ ଗୁଡୁ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ପୁଲିସକୁ ଦେଇଥିବା ଜଣାପଡ଼ିଛି।
ଜେଲ କର୍ତ୍ତୃପକ୍ଷ ଧଳ ସାମନ୍ତର ସହଯୋଗୀ ଲିଟୁଆ, ପିନ୍ତା, ଭଜନିଆ ଓ ଗୁଡୁକୁ କିପରି ସବୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାହା ଚଢ଼ଉ ସମୟରେ ପୁଲିସ ଜାଣିବାକୁ ପାଇଛି। ଜେଲ ମାନୁଆଲ ଅନୁଯାଇ ଜଣେ କଏଦୀକୁ ଦୁଇଟି କମ୍ବଳ ଦେବାର ନିୟମ ଥିବା ବେଳେ ଲିଟୁଆ ପାଖରୁ ୧୬ଟି କମ୍ବଳ ମିଳିଛି। ତାଛଡ଼ା, ବାହାରୁ ତା ପାଇଁ ରନ୍ଧାଖାଦ୍ୟ କିପରି ଗଲା ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
from Kanak News https://ift.tt/2RV1mhT https://ift.tt/37NlzeV
ଚୌଦ୍ବାର ଜେଲରେ ଅଚାନକ୍ ଚଢ଼ଉ : ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛି ଗ୍ୟାଙ୍ଗଷ୍ଟର୍ ଲିଟୁଆ, କମ୍ବଳ, ଷ୍ଟୋଭ୍, ଖାଦ୍ୟ ଓ ଖେଳସାମଗ୍ରୀ ଜବତ Kanak News
Reviewed by SUBHENDU BARAL
on
February 02, 2020
Rating:
No comments: