ବଢିବ ବିଦ୍ୟୁତ ଦର! ଆଜିଠୁ ଓଇଆରସିରେ ହେବ ଶୁଣାଣି, ଦର ବଢାଇବାକୁ ଗ୍ରୀଡକୋ, ଓପିଜିସି, ଓଏଚପିସିର ଦାବି

ଭୁବନେଶ୍ବର ୦୩।୦୨: ବଢ଼ିବ ବିଦ୍ୟୁତ ଦର । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସୋମବାର ଠାରୁ  ଓଇଆରସି ବିଦ୍ୟୁତ ଦର ବଢ଼ିବା ନେଇ ଶୁଣାଣି ଆରମ୍ଭ କରିବ । ଏଥର ଗ୍ରୀଡ୍‌କୋ ବିଦ୍ୟୁତ ଦର ୟୁନିଟ ପିଛା ଏକ ଟଙ୍କା ବଢ଼ାଇବା ପାଇଁ ଦାବି କରୁଛି । ଓଏଚ୍ପିସି ୟୁନିଟ ପିଛା ୫୫ ପଇସା, ଓପିଜିସି ୟୁନିଟ ପିଛା ୧ଟଙ୍କା ବଢ଼ାଇବାକୁ ଓଇଆରସିକୁ ପ୍ରସ୍ତାବ ଦେଇଛନ୍ତି ।

ଶକ୍ତି ବିଭାଗ ପାୱାର କଟ୍‌ରୁ ନିସ୍ତାର ପାଇଁ ବାହାରୁ ମଧ୍ୟ ବିଦ୍ୟୁତ କିଣିଛି । କିନ୍ତୁ ଗ୍ରୀଡ୍‌କୋ ଶସ୍ତାରେ ମିଳୁଥିବା କମ୍ପାନୀଠାରୁ ନ କିଣି ୟୁନିଟ ପିଛା ଅଧିକ ଟଙ୍କା ପଡୁଥିବା କମ୍ପାନୀ ଠାରୁ ବିଜୁଳି କିଣୁଥିବା ଅଭିଯୋଗ ହୋଇଛି । ତେଣୁ ଏବାବଦରେ ଯେଉଁ ଅର୍ଥ ଗ୍ରୀଡକୋ ବ୍ୟୟ କରିଛି ସେ ଅର୍ଥ ଏବେ ବିଦ୍ୟୁତ ଗ୍ରହକଙ୍କ ମୁଣ୍ଡରେ ଥୋପିବାକୁ ଯୋଜନା କରିଛି ।

ରାଜ୍ୟରେ ୨ ବର୍ଷ ହେଲା ବିଦ୍ୟୁତ୍ ଦର ବଢ଼ିନି। ପୂର୍ବରୁ ଓଇଆରସିର ଶୁଣାଣି ବେଳେ ବିଭିନ୍ନ ସଂଗଠନର ବିରୋଧ ଏବଂ ପୂର୍ବତନ ଇଞ୍ଜିନିୟର ମାନଙ୍କ ବଳିଷ୍ଠ ଯୁକ୍ତି ଯୋଗୁଁ ବିଦ୍ୟୁତ ଦର ବଢ଼ିପାରିନାହିଁ । ସେଥିପାଇଁ ଏଥର ବିନା ନୋଟିସରେ ସାଉଥକୋ, ୱୋସ୍କୋ, ନେସ୍କୋ ଶୁଣାଣି କରିବେ । ସାଉଥକୋର ଶୁଣାଣି ଜୟପୁରରେ, ୱୋସ୍କୋର ଶୁଣାଣି ବୁର୍ଲା ଏବଂ ନେସ୍କୋର ଶୁଣାଣି ବୁର୍ଲାରେ କରାଯିବ ।

ତେବେ ସେହି ଅଞ୍ଚଳରେ ପୂର୍ବରୁ ଶୁଣାଣି ହୋଇନଥିବାରୁ ସେଠାକାର ଲୋକେ ଏଥିରେ ଭାଗ ନେବା ପାଇଁ ଆବେଦନ କରିନାହାନ୍ତି । ଏପଟେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବାବଦରେ ୧୩ ଶହ କୋଟି ଟଙ୍କା ଗ୍ରାହକଙ୍କ ଠାରୁ ଆଦାୟ କରୁଛନ୍ତି । ଏହା ବଦଳରେ ଗ୍ରାହକଙ୍କୁ କିଛି ୟୁନିଟ ଛାଡ କରୁନାହାନ୍ତି । ଏବେ ପ୍ରତି ଗ୍ରାହକଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତ ସଂଘ ।



from Prameya News7 https://ift.tt/2Okn0cU
ବଢିବ ବିଦ୍ୟୁତ ଦର! ଆଜିଠୁ ଓଇଆରସିରେ ହେବ ଶୁଣାଣି, ଦର ବଢାଇବାକୁ ଗ୍ରୀଡକୋ, ଓପିଜିସି, ଓଏଚପିସିର ଦାବି ବଢିବ ବିଦ୍ୟୁତ ଦର! ଆଜିଠୁ ଓଇଆରସିରେ ହେବ ଶୁଣାଣି, ଦର ବଢାଇବାକୁ ଗ୍ରୀଡକୋ, ଓପିଜିସି, ଓଏଚପିସିର ଦାବି Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.