ନିର୍ଭୟାଙ୍କୁ ନ୍ୟାୟ କେବେ ? ତାରିଖ ପରେ ତାରିଖ ଗଡ଼ୁଛି, କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣୀ ପରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ Kanak News

କନକ ବ୍ୟୁରୋ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପଟିଆଲା ହାଉସ୍‌ କୋର୍ଟ ଦ୍ବାରା ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲଗାଯିବାକୁ ବିରୋଧ କରାଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ ଦାଖଲ ହୋଇଥିଲା । ସଲିସିଟର ଜେନେରାଲ ତୁଷାର ମେହେଟା ଦୋଷୀମାନେ ଆଇନର ଦୁରୁପଯୋଗ କରିଥିବା ଶୁଣାଣି ବେଳେ କହିଥିଲେ ।

ଦୋଷୀମାନେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି ବୋଲି ସେ କହିଥିଲେ। ଦୋଷୀ ପବନ ଗୁପ୍ତା ମାମଲାରେ ସେ କହିଥିଲେ ଯେ ଏ ପର୍ଯ୍ୟନ୍ତ ସେ କ୍ୟୁରେଟିଭ କିମ୍ବା‌ କ୍ଷମା ଆବେଦନ ଦାଖଲ ନକରିବା ଏକ ସୁଚିନ୍ତିତ ଚାଲ୍‌। ଯେଉଁମାନଙ୍କର କୌଣସି ଆବେଦନ ଅଦାଲତ କିମ୍ବା ରାଷ୍ଟ୍ରପତିଙ୍କ ପାଖରେ ନାହିଁ ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ସଲିସିଟର ଜେନେରାଲ ଦୃଢ଼ ଯୁକ୍ତି ରଖିଥିଲେ।

ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ପବନର ଓକିଲ ଏପି ସିଂହ ତାଙ୍କ ଦଲିଲରେ କହିଥିଲେ ଯେ ଶେଷ ପର୍ଯ୍ୟନ୍ତ ନ୍ୟାୟିକ ବିକଳ୍ପ ବ୍ୟବହାର କରିବା ଅଧିକାର ଦୋଷୀମାନଙ୍କର ରହିଛି ଏବଂ ଏଥିରୁ ସେମାନଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ। ତେବେ ଏହାକୁ ବିରୋଧ କରି ମେହେଟା କହିଥିଲେ ଯେ ଆଇନର ଦୁରୁପଯୋଗ କରି ଦେଶର ଧେର୍ଯ୍ୟ ପରୀକ୍ଷା ଚାଲିଛି ଏବଂ ଏଥିରେ ପୂର୍ଣ୍ଣଛେଦ ପଡ଼ିବା ଜରୁରୀ ।

ଦୋଷୀ ମୁକେଶର ଓକିଲ ରେବେକା ଜନ୍‌ କହିଥିଲେ ଯେ ଫାଶୀ ରୋକିବା ପାଇଁ ତଳ କୋର୍ଟର ଆଦେଶ ବିରୋଧରେ ସରକାର କୋର୍ଟରେ ଚ୍ୟାଲେଂଜ କରିପାରିବେ ନାହିଁ। କେନ୍ଦ୍ର ସରକାର ଏହି ମାମଲାରେ ପୂର୍ବରୁ ପକ୍ଷ ନଥିଲେ ଏବଂ ଏବେ ସରକାର ଯେଉଁ ଦଲିଲ ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।



from Kanak News https://ift.tt/2GKdvjj https://ift.tt/2GL1jyF
ନିର୍ଭୟାଙ୍କୁ ନ୍ୟାୟ କେବେ ? ତାରିଖ ପରେ ତାରିଖ ଗଡ଼ୁଛି, କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣୀ ପରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ Kanak News ନିର୍ଭୟାଙ୍କୁ ନ୍ୟାୟ କେବେ ? ତାରିଖ ପରେ ତାରିଖ ଗଡ଼ୁଛି, କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣୀ ପରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ Kanak News Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.