ଦିଲ୍ଲୀ ହିଂସା ଭିତରେ ସାହାସର ଝଲକ : ମୁଣ୍ଡ ଉପରେ ଥିଲା ବନ୍ଧୁକ , ମୃତ୍ୟୁକୁ ଭୟ ନ କରି ଭିଡ଼ ଆଗରେ ଠିଆ ହୋଇଥିଲେ ପୋଲିସକର୍ମୀ । Kanak News

ସୋମବାର ଦିଲ୍ଲୀର ମୋଜପୁର ନହର ରୋଡର ସେଠ୍ ଭଗବାନ ଦାସ ସ୍କୁଲରେ ଦୁର୍ବୃତ୍ତମାନେ ଦୋକାନରେ ନିଆଁ ଲଗାଇଦେଲେ । ଗଦି ତଥା କପଡା ଦୋକାନରେ ନିଆଁ ଲଗାଇବା ପରେ ଜାଫରାବାଦ୍ ଆଡକୁ ଭିଡ ବଢିବାକୁ ଲାଗିଲା । ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେବାପରେ ଚାଲିଲା ପଥରମାଡ଼ ।

ପୋଲିସ୍ କର୍ମୀ ଦୁଇ ଦଳକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ କେହି ଶୁୁଣିବାକୁ ରାଜି ନଥିଲେ । ତେବେ ଏହି ସମୟରେ ଜାଫରାବାଦ୍ ର ଶାହରୁଖ୍ ନାମକ ଜଣେ ସ୍ଥାନୀୟ ଯୁବକ ବନ୍ଧୁକ ବାହାର କରି ୮ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ କର୍ମୀଙ୍କ ରୋକିବା ପରେ କାନ୍ଥ ଆଢୁଆଳରେ ରହି ଉକ୍ତ ଯୁବକ ଫାୟାରିଙ୍ଗ୍ କରିଥିଲା । ଉକ୍ତ ଯୁବକ ବର୍ତ୍ତମାନ ପୋଲିସ୍ ହେପାଜତରେ ରହିଛି । ପୋଲିସ୍ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ।

ସୋମବାର ଦ୍ୱିପ୍ରହର ୩.୩୦ ରେ ଘଟିଥିବା ଏହି ଘଟଣାରେ ଅନେକ ଗାଡିକୁ ଜଳାଇ ଦିଆଗଲା । ଭିଡ଼କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ କର୍ମୀଙ୍କ ଆଗକୁ ଏହି ଯୁବକ ବନ୍ଧୁକ ଦେଖାଇ ଆଗକୁ ଆସୁଥିଲା । ଆଖି ଆଗରେ ବନ୍ଧୁକ , କେତେବେଳେ ବି ଜୀବନ ଚାଲିଯିବାର ଭୟ ମଧ୍ୟ ବିଚଳିତ କରିପାରିଲାନି ଏହି ପୋଲିସ୍ କର୍ମୀଙ୍କୁ । ଫଟୋରେ ଦେଖାଯାଉଥିବା ଏହି ପୋଲିସ୍ ଖୁବ୍ ସାହାସର ସହ ଯୁବକଙ୍କୁ ବୁଝାଇବାକୁ ଲାଗିଥିଲେ । କିନ୍ତୁ ରକ୍ତ ଗରମ ଥିବା ଯୁବକ ଫାୟାରିଙ୍ଗ୍ ରୋକୁ ନଥିଲେ ।

ପୋଲିସ୍ ସୁତ୍ର ମୁତାବକ , ଉକ୍ତ ଅଞ୍ଚଳରେ ଖୁବ୍ ଫାୟାରିଙ୍ଗ୍ ହୋଇଥିଲା । ଭିଡ ଭିତରେ ଅନେକ ଲୋକ ଅଣ୍ଟାରେ ପିସ୍ତଲ ଲଗାଇ ବୁଲୁଥିଲେ । ଏତିକି ନୁହଁ , ଅନେକ ସ୍ଥାନରେ ଲୋକମାନେ ଘରୁ ଫାୟାରିଙ୍ଗ୍ କରୁଥିବାର ମଧ୍ୟ ଦେଖାଯାଇଥିଲା ।



from Kanak News https://ift.tt/38Zw6o2 https://ift.tt/3bZE3LP
ଦିଲ୍ଲୀ ହିଂସା ଭିତରେ ସାହାସର ଝଲକ : ମୁଣ୍ଡ ଉପରେ ଥିଲା ବନ୍ଧୁକ , ମୃତ୍ୟୁକୁ ଭୟ ନ କରି ଭିଡ଼ ଆଗରେ ଠିଆ ହୋଇଥିଲେ ପୋଲିସକର୍ମୀ । Kanak News ଦିଲ୍ଲୀ ହିଂସା ଭିତରେ ସାହାସର ଝଲକ : ମୁଣ୍ଡ ଉପରେ ଥିଲା ବନ୍ଧୁକ , ମୃତ୍ୟୁକୁ ଭୟ ନ କରି ଭିଡ଼ ଆଗରେ ଠିଆ ହୋଇଥିଲେ ପୋଲିସକର୍ମୀ । Kanak News Reviewed by SUBHENDU BARAL on February 24, 2020 Rating: 5

No comments:

Powered by Blogger.