ଏସ୍‌ସିବିରେ ନୂଆ ଇତିହାସ ! ମୃତ ମହିଳାଙ୍କ କିଡ୍‌ନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ

କଟକ ୪।୨: ନୂଆ ଇତିହାସ ରଚିବାକୁ ଯାଉଛି କଟକ ଏସସିବି । ଜଣେ ମୃତ ମହିଳାଙ୍କଠାରୁ କିଡ୍‌ନୀ ଅଣାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ତାହାକୁ ପ୍ରତିରୋପଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହି କାଡାଭର୍‌ ଟ୍ରାନ୍ସପ୍ଲାଣ୍ଟ୍‌ ବା ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର (୨୨) ଗତ ୨୭ ତାରିଖରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା । ମସ୍ତିସ୍କ ମୃତ ଅବସ୍ଥାରେ ତାଙ୍କ ଅଙ୍ଗକୁ ଅନ୍ୟ କାହାରିକୁ ଦାନ କରିବା ନିମନ୍ତେ ପରିବାର ଲୋକ ସମ୍ମତି ଦେଇଥିଲେ ।

ଫଳରେ ମୃତ ମହିଳାଙ୍କଠାରୁ କିଡ୍‌ନୀ ଅଣାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତ ଆଇନଗତ ବ୍ୟବସ୍ଥା ସଂପାଦନ କରାଯିବା ପରେ ମହିଳାଙ୍କଠାରୁ କିଡ୍‌ନୀ ସଂଗ୍ରହ କରାଯାଇ ଏସ୍‌ସିବି ମେଡିକାଲ କଲେଜ ହସପିଟାଲର କିଡ୍‌ନୀ ଟ୍ରାନ୍‌ସପ୍ଲାଣ୍ଟ ୟୁନିଟରେ ଏହାକୁ ପ୍ରତିରୋପଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ଏହା ସଫଳ ହେଲେ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କ୍ଷେତ୍ରରେ ଏହା ଏସସିବିର ତଥା ସମଗ୍ର ରାଜ୍ୟର ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି । ଫଳରେ ଏସସିବି ଏକ ନୂଆ ଇତିହାସ ରଚିବାକୁ ଯାଉଥିବା ମଧ୍ୟ କୁହାଯାଉଛି ।



from Prameya News7 https://ift.tt/37R64CJ
ଏସ୍‌ସିବିରେ ନୂଆ ଇତିହାସ ! ମୃତ ମହିଳାଙ୍କ କିଡ୍‌ନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ ଏସ୍‌ସିବିରେ ନୂଆ ଇତିହାସ ! ମୃତ ମହିଳାଙ୍କ କିଡ୍‌ନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ Reviewed by SUBHENDU BARAL on February 03, 2020 Rating: 5

No comments:

Powered by Blogger.