ଭୁବନେଶ୍ୱର: ଅଚାନକ ଖବର ଆସିଲା ଭୁବନେଶ୍ୱରରେ ଥିବା ଏକ କେନ୍ଦ୍ରୀୟ ପ୍ରତିଷ୍ଠାନରେ କିଛି ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ବନ୍ଧକ କରି ରଖିଛନ୍ତି। ସମସ୍ତେ ସତର୍କ। କାହାକୁ ଅଟକ ରଖିଛନ୍ତି, କେମିତି ଉଦ୍ଧାର କରାଯିବ ସେ ନେଇ ଚାଲିଲା ତନାଘନା। ତୁରନ୍ତ କମିଶନରେଟ ପୋଲିସ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ।
ତିନୋଟି ଟିମ୍ ଖେଦିଗଲେ । ପ୍ରଥମେ ଯେଉଁ ଅନୁଷ୍ଠାନରେ ଆତଙ୍କବାଦୀମାନେ ଥିଲେ ତାହାରକୁ ଘେରାବନ୍ଦୀ କରିଦେଲେ। ଏଥିସହ ଆରମ୍ଭ ହୋଇଥିଲା ଅପରେସନ। ପ୍ରଥମେ ଲୋକାଲ ପୋଲିସ ଫୋର୍ସ ଏବଂ ପରେ ପରେ କମିଶନରେଟ୍ ପୋଲିସ୍ ସ୍ପେଶିଆଲ ୟୁନିଟ୍ ସହ ଅନ୍ୟ ଏକ ଟିମ୍ ସାମିଲ ହୋଇଥିଲା ।
ଦୀର୍ଘ୨ ଘଣ୍ଟା କାଳ ଚାଲିଲା ଅପରେସନ । ରାସ୍ତାରେ ଠିଆ ହୋଇ ପୋଲିସର ଏହି ଅପରେସନ କାମକୁ ଦେଖୁଥାନ୍ତି। କିଛି ସମୟ ପରେ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ ଏହି ଅପରେସନ୍ ସତ ସତିକା ନ ଥିଲା। ଏହା ଥିଲା କମିଶନରେଟ ପୋଲିସର ଏକ ଅଭ୍ୟାସ ବା ମକ୍ ଡିଲ୍। ବିଭିନ୍ନ ଏଜେନ୍ସି ସହ ତାଳମେଳ ରଖି ଅପରେସନକୁ ରୂପ ଦେବାକୁ ଏମିତି ମକ୍ଡିଲ୍ ହୋଇଥାଏ ବୋଲି କହିଛନ୍ତି ସୁରକ୍ଷାକର୍ମୀ।
from OTV Khabar. https://ift.tt/2SdVNtS
No comments: