ଭୁବନେଶ୍ବର ୦୩।୦୨: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଚଢାଉ କରି ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ମଦ କାରବାର ନେଇ ସୂଚନା ମିଳିଥିଲା । ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଭାବେ ୨ଟି ଘରେ ଚଢାଉ କରିଥିଲେ । ଚଢାଉରେ ୬୧୭ ବୋତଲ ବିଦେଶୀ ସହ ଦେଶୀ ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

from Prameya News7 https://ift.tt/2Okpkk8
ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ
Reviewed by SUBHENDU BARAL
on
February 02, 2020
Rating:
No comments: