ଜାମିଆ ବିଶ୍ୱବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି : ଅଧରାତିରେ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର୍ ହେଲେ ୨ ସଂନ୍ଦିଗ୍ଧ Kanak News

ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟରେ ରବିବାର ପୁଣି ଏକ ଫାୟାରିଙ୍ଗ୍ ଘଟଣା ସାମ୍ନାକୁ ଆସିଛି । ଅଧରାତିରେ ଜାମିଆ ମିଲିୟା ଇସଲାମିକ୍ ବିଶ୍ୱବିଦ୍ୟାଳୟର ଗେଟ୍ ନମ୍ବର ୫ ରେ ଏହି ଗୁଳି ଫୁଟିଥିବାର ସୂଚନା ମିଳିଛି । ୨ ଜଣ ସଂନ୍ଦିଗ୍ଧ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର୍ ହୋଇ ଯାଇଥିବା କଥା ସୂତ୍ରରୁ ଶୁଣିବାକୁ ମିଳୁଛି । ନିକଟରେ ହିଁ ପଦଯାତ୍ରା ସମୟରେ ଏଭଳି ଏକ ପରିସ୍ଥିିତି ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଛାତ୍ର ଗୁରୁତର ହୋଇପଡିଥିଲେ ।

ପିଟିଆଇ ମୁତାବକ , ଜାମିୟା କାର୍ଡିନେଶନ୍ କମିଟି (ଜେସିସି) ପକ୍ଷରୁ କୁହାଯାଇଛି ଯେ , ୨ ଜଣ ଅଜ୍ଞାତ ଲୋକ ଗେଟ୍ ନମ୍ବର ୫ ପାଖରେ ଗୁଳିଚାଳନା କରି ଫେରାର୍ ହୋଇଛନ୍ତି । ତେବେ ଏହି ଘଟଣାରେ କେହି ଆଘାତ ହୋଇନାହାନ୍ତି । ଘଟଣାର ସୂଚନା ମିଳିବା ପରେ ବିଶ୍ୱବିଦ୍ୟାଳୟ ବାହାରେ ଲୋକମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଜାମିୟା ନଗର ପୋଲିସଥାନାରେ ଏତଲା ଦେଇଛନ୍ତି ।



from Kanak News https://ift.tt/2vKizlr https://ift.tt/2tsLOsg
ଜାମିଆ ବିଶ୍ୱବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି : ଅଧରାତିରେ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର୍ ହେଲେ ୨ ସଂନ୍ଦିଗ୍ଧ Kanak News ଜାମିଆ ବିଶ୍ୱବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି : ଅଧରାତିରେ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର୍ ହେଲେ ୨ ସଂନ୍ଦିଗ୍ଧ Kanak News Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.