ଏହି ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’…ଟୁଇଟ୍‌ କରି ଚ୍ୟାଲେଞ୍ଜ କଲେ ବିଗ୍‌ ବି

ମୁମ୍ବାଇ୩|୨: ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ଏବେ ବେଶ ଚର୍ଚ୍ଚାରେ। ରିଲ ଜଗତ ସହ ରିୟଲ ଲାଇଫରେ ମଧ୍ୟ ସେମାନେ ଖୁବ ଏନଜୟ କରୁଛନ୍ତି। ଉଭୟ ଏବେ ଟକ୍‌ ଅପ୍‌ ଦ ଟାଉନ୍‌ ହୋଇଛନ୍ତି। ରଣବୀର ଓ ଆଲିୟାଙ୍କୁ ପ୍ରଥଥର ପାଇଁ ଏକାଠି ଫିଲ୍ମ’ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ।

 ତେବେ ନିକଟରେ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି।  ୨୦୨୦ ମସିହା ଡିସେମ୍ବର ୪ ତାରିଖରେ ଫିଲ୍ମ ରିଲିଜ ହେବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା କରନ୍‌ ଜୋହର୍ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ୍, ମାଲୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ।

ସୂଚନାଯୋଗ୍ୟ ଯେ, ‘ବ୍ରହ୍ମାସ୍ତ୍ର’ରେ ମୁଖ୍ୟ ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ମୌନୀ ରୟ, ଅମିତାଭ ବଚ୍ଚନ ଓ ନାଗାର୍ଜୁନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅମିତାଭ ବଚ୍ଚନ ଏହି ତାରିଖ ଲକ୍‌ କରିଦେଇଛନ୍ତି। ବିଗ୍‌ବିଙ୍କ ଅନୁସାରେ ଏହି ଡେଟ୍‌ରେ ଫିଲ୍ମ ରିଲିଜ ହେବ ବୋଲି ଫିକ୍ସଡ୍‌ ଓ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଧର୍ମା ପ୍ରଡକ୍ସନ ଓ ଫୋକସ୍‌ ଷ୍ଟାରର ଏହି ଫିଲ୍ମ ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।  



from Prameya News7 https://ift.tt/38W2Td0
ଏହି ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’…ଟୁଇଟ୍‌ କରି ଚ୍ୟାଲେଞ୍ଜ କଲେ ବିଗ୍‌ ବି ଏହି ତାରିଖରେ ପରଦାକୁ ଆସିବ ‘ବ୍ରହ୍ମାସ୍ତ୍ର’…ଟୁଇଟ୍‌ କରି ଚ୍ୟାଲେଞ୍ଜ କଲେ ବିଗ୍‌ ବି Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.