ଆଉ ପାଦେ ଆଗେଇଲା ରାଜ୍ୟ ପୁଲିସ ବିଭାଗରେ ଚର୍ଚ୍ଚିତ କୁକୁର ‘କାଜଲ’ : ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ, ଏଣିକି ଧରିବ ନକ୍ସଲ ବ୍ୟବହାର କରୁଥିବା ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ Kanak News

କନକ ବ୍ୟୁରୋ : ରାଜ୍ୟ ପୁଲିସ ବିଭାଗରେ ଗଣିତ କଷି ସବୁଠାରୁ ଚର୍ଚ୍ଚିତ ହେଇଥିବା କୁକୁର ‘କାଜଲ’ ଆଉ ପାଦେ ଆଗେଇଛି । ଏଣିକି ନକ୍ସଲ ବ୍ୟବହାର କରୁଥିବା ପାଖାପାଖି ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବା ପାଇଁ ତାକୁ ସ୍ବତନ୍ତ୍ର ତାଲିମ୍‌ ଦିଆଯାଇଛି । ହରିଆନାର ମାନେସରରେ ଥିବା ଏନ୍‌ଏସ୍‌ଜି(ନ୍ୟାସ୍‌ନାଲ ସିକ୍ୟୁରିଟି ଗାର୍ଡ) କ୍ୟାମ୍ପ୍‌ରେ ତାକୁ ୧୦ ଦିନିଆ ଅତ୍ୟାଧୁନିକ ତାଲିମ ଦିଆଯାଇଛି । ଓଡ଼ିଶାରେ ନକ୍ସଲ ଦମନ କ୍ଷେତ୍ରରେ ଏଣିକି କାଜଲ ଯବାନଙ୍କୁ ଅଧିକ ସହଯୋଗ କରିପାରିବ । ମାଟିତଳେ ନକ୍ସଲ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀର ବାସ୍ନା ବାରି ଚିହ୍ନଟ କରିବାରେ ପୁଲିସ ବିଭାଗକୁ ଯେଉଁ ସମସ୍ୟା ହେଉଥିଲା, କାଜଲ ତାଲିମ ନେଲା ପରେ ସେଥିରେ ଅଧିକ ସହଯୋଗ କରିପାରିବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, କ୍ରାଇମ୍‌ବ୍ରାଞ୍ଚ ଅଧିନରେ ଥିବା ‘କେ-୯ ସ୍କ୍ବାଡ୍‌’ରେ ଲାବ୍ରୋଡର‌୍‌ ପ୍ରଜାତିର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’ ୨୦୧୭ ଜୁଲାଇରେ ଯୋଗ ଦେଇଥିଲା । ମଧ୍ୟପ୍ରଦେଶର ଗ୍ବାଲିୟରରେ ୬ ମାସ ବିସ୍ଫୋରକ ସାମଗ୍ରୀ ’ଠାବ ସ˚କ୍ରାନ୍ତରେ ତାକୁ ପ୍ରାଥମିକ ତାଲିମ ଦିଆଯାଇଥିଲା । ଏବେ ଅତ୍ୟାଧୁନିକ ଗୋଳାବାରୁଦ ନକ୍ସଲ ବ୍ୟବହାର କରୁଥିବାରୁ କାଜଲକୁ ଅଧିକ ତାଲିମ୍‌ ପାଇଁ ହରିଆନାର ମାନେସରରେ ଥିବା ଏନ୍‌ଏସ୍‌ଜି କ୍ୟାମ୍ପ୍‌ରେ ତାଲିମ୍‌ ଦିଆଯିବା ପାଇଁ ନିଆଯାଇଥିଲା ।

କାଜଲ ସମେତ ଗଜପତିରେ ଥିବା ଗୋଳାବାରୁଦ ଚିହ୍ନଟ ତାଲିମ୍‌ ପାଇଁ ଆଉ ଏକ ଲାବ୍ରୋଡର‌୍‌ ପ୍ରଜାତିର କୁକୁରକୁ ବି ମାନେସର୍‌ ପଠାଯାଇଥିଲା । ‘କେ-୯ ସ୍କ୍ବାଡ୍‌’ ସମେତ ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ୍‌ ଡଗ୍‌ ଡିସ୍‌ପୋଜାଲ ଟିମ୍‌ର ମୋଟ ୨୨ ଜଣ ପୁଲିସ କର୍ମଚାରୀ ଏନ୍‌ଏସ୍‌ଜି କ୍ୟାମ୍ପ୍‌କୁ ଯାଇଥିଲେ। ‘କେ-୯ ସ୍କ୍ବାଡ୍‌’ର ବିସ୍ଫୋରକ ସାମଗ୍ରୀ ଚିହ୍ନଟ ଦାୟିତ୍ବ ହୋଇଥିବା ବେଳେ ସେଣ୍ଟ୍ରାଲ ଡଗ୍‌ ଡିସ୍‌ପୋଜାଲ୍‌ ଟିମ୍‌ ଉଭୟ ଚିହ୍ନଟ ଏବ˚ ନଷ୍ଟ କରିପାରିବ ।

ଏଥିପାଇଁ ଉଭୟଙ୍କୁ ତାଲିମ ପାଇଁ ମାନେସର ପଠାଯାଇଥିଲା । ମାନେସରରେ ଓଡ଼ିଶା ସମେତ ପ୍ରମୁଖ ରାଜ୍ୟର କୁକୁର ତାଲିମ୍‌ ପାଇଁ ଆସିଥିଲେ । ତେବେ ଏଭଳି ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ପ୍ରଶିକ୍ଷଣ ଗଲା କିଛିବର୍ଷ ଧରି ପୁଲିସ ବିଭାଗରେ ବନ୍ଦ ହୋଇ ରହିଥିଲା। ପୁଣି ଏଭଳି ତାଲିମ୍‌ ଆରମ୍ଭ ହେବାରୁ ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ଓଡ଼ିଶା ପୁଲିସ ଅଧିକ ସାମର୍ଥ୍ୟର ଦାବିଦାର ହୋଇପାରିବ ବୋଲି କୁହାଯାଉଛି ।



from Kanak News https://ift.tt/383jn3f https://ift.tt/2SeIlpo
ଆଉ ପାଦେ ଆଗେଇଲା ରାଜ୍ୟ ପୁଲିସ ବିଭାଗରେ ଚର୍ଚ୍ଚିତ କୁକୁର ‘କାଜଲ’ : ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ, ଏଣିକି ଧରିବ ନକ୍ସଲ ବ୍ୟବହାର କରୁଥିବା ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ Kanak News ଆଉ ପାଦେ ଆଗେଇଲା ରାଜ୍ୟ ପୁଲିସ ବିଭାଗରେ ଚର୍ଚ୍ଚିତ କୁକୁର ‘କାଜଲ’ : ଦିଆଗଲା ସ୍ୱତନ୍ତ୍ର ପ୍ରଶିକ୍ଷଣ, ଏଣିକି ଧରିବ ନକ୍ସଲ ବ୍ୟବହାର କରୁଥିବା ୫ ହଜାର ପ୍ରକାର ବିସ୍ଫୋରକ ସାମଗ୍ରୀ Kanak News Reviewed by SUBHENDU BARAL on February 02, 2020 Rating: 5

No comments:

Powered by Blogger.