ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ସକାଳୁ ରାସ୍ତା ପାର୍ଶ୍ୱର କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଶାସନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭରଙ୍କ ଫେରାର ଅଛନ୍ତି।
from OTV Khabar. https://ift.tt/2THnlKn
ଅସ୍ଥାୟୀ ଦୋକାନୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ Pradesh Pratyush
Reviewed by SUBHENDU BARAL
on
January 20, 2020
Rating:
No comments: