ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ? OTV KHABAR BUREAU

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର ମାତ୍ରାଧିକ ସେବନ ଅନୁଚିତ।

ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ତୁଳସୀ ଖାଇଲେ କ’ଣ ସୁଫଳ ମିଳିଥାଏ

୧- ପ୍ରତିଦିନ ତୁଳସୀର ଦୁଇଟି ପତ୍ର ଖାଇଲେ ଶରୀରରେ ରକ୍ତର ଅଭାବ ଦେଖା ଦେଇନଥାଏ। ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତାର ଶିକାର ହୋଇଥାନ୍ତି, ସେଥିପାଇଁ ପ୍ରତିଦିନ ସେମାନଙ୍କୁ ତୁଳସୀ ଖାଇବା ପାଇଁ ଉପଦେଶ ଦିଆଯାଇଥାଏ।

୨- ତୁଳସୀ ପତ୍ରରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ରହିଥାଏ। ଯାହାକି ମା ପେଟରେ ଥିବା ଭ୍ରୁଣର ବିକାଶରେ ସହାୟକ ହୋଇଥାଏ।

୩- ତୁଳସୀ ଖାଇବା ଦ୍ୱାରା ପେଟରେ ଥିବା ଶିଶୁ ଉପରେ ଏହି ରସ ଭଲ ପ୍ରଭାବ ପକା। ଏହା ଦ୍ୱାରା ଶିଶୁର ଅସ୍ଥିର ବିକାଶ ତ୍ୱରାନ୍ୱିତ ହୁଏ।

୪- ତୁଳସୀର ଜୀବାଣୁନାଶକ ଗୁଣ ପାଇଁ ମା ଓ ଗର୍ଭରେ ଥିବା ଶିଶୁ ଉଭୟଙ୍କୁ ସଂକ୍ରମଣର ଭୟ କମ୍ ଥାଏ । ଏହା ଛଡ଼ା ମହିଳାଙ୍କୁ କଫଜନିତ ରୋଗରୁ ରକ୍ଷା ମଧ୍ୟ କରିଥାଏ ତୁଳସୀ। ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।



from OTV Khabar. https://ift.tt/2THtQwJ
ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ? OTV KHABAR BUREAU ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ? OTV KHABAR BUREAU Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.