‘ଆମେ ବସିଥିଲୁ, ହଠାତ୍‌ ଆସି ଭାଙ୍ଗି ଦେଲେ’ OTV KHABAR BUREAU

ଭୁବନେଶ୍ୱର: ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ୍‌ ପାର୍କିଂ ନିଷେଧ ହେବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଗତକାଲି ୧ ନମ୍ବର ମାର୍କେଟ୍‌ ଆଗରୁ ଜବରଦଖଲ ଉଚ୍ଛେଦ ହୋଇଛି।

ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା ୧୫ଟି ଫଳ ଦୋକାନ ଏବଂ ଗୋଟିଏ କ୍ୟାବିନକୁ ଉଚ୍ଛେଦ କରାଯାଇଛି। ଏହାସହ ରାଜମହଲରୁ ଏଜି ଛକ ଯାଏ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ବହୁ ଫଳ ଦୋକାନୀଙ୍କ ଠେଲା ଗାଡ଼ିକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଉପରେ ପେଟି ପେଟି ଫଳ ଓ ଠେଲା ଗାଡ଼ି ଛିନ୍ନଛତ୍ର ହୋଇ ପଡ଼ିଥିବା ଦୃଶ୍ୟ ନଜର ଆସିଥିଲା। ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ଜଣେ ବ୍ୟବସାୟୀ କହିଛନ୍ତି, ‘ଆମେ ବସିଥିଲୁ, ହଠାତ୍‌ ଆସି ଭାଙ୍ଗି ଦେଲେ। ପୂର୍ବରୁ କିଛିବି ନୋଟିସ୍‌ କରାଯାଇନଥିଲା।”

ସେହିପରି ଆଉ ଜଣେ ବ୍ୟବସାୟୀ କହିଛନ୍ତି, “ସରସ୍ୱତୀ ପୂଜା ଆଗକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁଁ ୫୦ ହଜାର ଟଙ୍କାର ଜିନିଷ ଆଣିଥିଲି। ଦୁଇ ଦିନ ପରେ ମୋର ଖାତା ପୂଜା। ୫ ଲକ୍ଷ ଟଙ୍କା ଗୋଦାମରେ ବାକି ଅଛି। ମୁଁ କେଉଁଠୁ ପଇସା ଆଣିବି ? କେମିତି ଦେବି ? ମନ ଇଚ୍ଛା ଆସି ଭାଙ୍ଗିବା ମାଡ଼ ମଧ୍ୟ ମାରୁଛନ୍ତି।

ବିଏମସିର ନୂଆ କଟକଣା ଅନୁସାରେ ଏଣିକି ୧ ନମ୍ବର ମାର୍କେଟରେ କେବଳ ସିଙ୍ଗଲ୍ ଲେନ୍‌ରେ ଚାରିଚକିଆ ଯାନ ରହିବ। ସେସବୁ ୪୫ ଡିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍‌ଗୁଡିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ପ୍ଲେସ୍‌ ନିର୍ମାଣ କରାଯାଇଛି।



from OTV Khabar. https://ift.tt/2Gojmuu
‘ଆମେ ବସିଥିଲୁ, ହଠାତ୍‌ ଆସି ଭାଙ୍ଗି ଦେଲେ’ OTV KHABAR BUREAU ‘ଆମେ ବସିଥିଲୁ, ହଠାତ୍‌ ଆସି ଭାଙ୍ଗି ଦେଲେ’ OTV KHABAR BUREAU Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.