ପଞ୍ଚଦଶ ଅର୍ଥ କମିଶନରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କମିବା ନେଇ ଚର୍ଚ୍ଚା, ଚିନ୍ତାରେ ରାଜ୍ୟ ସରକାର

ଭୁବନେଶ୍ବର ୨୫।୧: ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ସାରା ଦେଶରେ ପଡ଼ିଛି । କେନ୍ଦ୍ର ହେଉ ବା ରାଜ୍ୟ, ଜନକଲ୍ୟାଣକାରୀ ଯୋଜନା ଘୋଷଣାର ପ୍ରତିଯୋଗିତା ବଢ଼ିଛି । ଏଭଳି ପରିସ୍ଥିତିରେ ଚର୍ଚ୍ଚା ଜୋର ଧରିଛି, ପଞ୍ଚଦଶ ଅର୍ଥ କମିଶନ୍ ଅନୁଯାୟୀ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଧନ କମିବ । ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । କାରଣ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଋଣ ବଢ଼ି ଚାଲିଥିବା ବେଳେ, ବିଭିନ୍ନ ଯୋଜନା ଓ ଅଣଯୋଜନା ନେଇ ବଜେଟ୍ ଆକଳନ ମଧ୍ୟ ବଢୁଛି ।

ପଞ୍ଚଦଶ ଅର୍ଥକମିଶନ ଅନୁଯାୟୀ ଏଥର କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କମିବା  ନେଇ ଚର୍ଚ୍ଚା । ମାନ୍ଦାବସ୍ଥା ରେ ଅର୍ଥନୀତି,  ଯଦି କେନ୍ଦ୍ର ରାଜ୍ୟ ପାଇଁ ଅଂଶ  କମାଏ, ତେବେ ରାଜ୍ୟ ଅର୍ଥନୀତି ସଂକଟଜନକ ସ୍ଥିତି ନେବ। ବିଶେଷଜ୍ଞଙ୍କ  କହିବା ଅନୁଯାୟୀ  କେନ୍ଦ୍ର ସରକାରଙ୍କ  ୱାନ ନେସନ ଥିଓରୀ  ଏବେ କେନ୍ଦ୍ର ହାତରେ ବେଶୀ  ଆର୍ଥିକ କ୍ଷମତା  ଦେଇଛି । ଜିଏସ୍ଟି କର ବ୍ୟବସ୍ଥା ପରେ ରାଜ୍ୟଗୁଡ଼ିକର ଆର୍ଥିକ ନିୟନ୍ତ୍ରଣ କମାଇଛି । ସେସ୍ ମଧ୍ୟ ସମଭାବେ ବଣ୍ଟନ ହେଉ ନାହିଁ ବୋଲି ରାଜ୍ୟମାନଙ୍କ  ପକ୍ଷରୁ ଅଭିଯୋଗ ହେଉଛି।

କୋଇଲା ରୟାଲଟି ବଢାଇବା ପାଇଁ ଓଡ଼ିଶା ଦାବି  କେନ୍ଦ୍ର ପାଖରେ ପଡ଼ି ରହିଛି। ଉତ୍ପାଦନ ଆମଦାନୀ ଶୁଳ୍କ   କମିବା ସହ କର୍ପୋରେଟ ଟ୍ୟାକ୍ସରେ ରିହାତି କେନ୍ଦ୍ରୀୟ କର ଓ ଶୁକ୍ଳ ଆଦାୟ  କ୍ଷଥେଷ୍ଟ କମାଇଛି । ଯାହାର ପ୍ରଭାବ ଏବେ ପଞ୍ଚଦଶ  ଅର୍ଥ କମିଶନ ରିପୋର୍ଟରେ ଦେଖିବାକୁ ମିଳିବ। ଫଳ ସ୍ବରୂର କେନ୍ଦ୍ର ଟିକସ  ଓ  କରରେ  ରାଜ୍ୟର ୪୨ ପ୍ରତିଶତ ଅଂଶଧନ କମିବା ନେଇ ମଧ୍ୟ  ଆଶଙ୍କା ଉପୁଜିଛି।

ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ କରିଛନ୍ତି ଓ ପ୍ରଚଳିତ ଯୋଜନାରେ କେନ୍ଦ୍ର ଅଂଶ ମଧ୍ୟ କମାଇଛନ୍ତି । ଯଦି ଆଗାମୀ ଦିନରେ ପଞ୍ଚଦଶ ଅର୍ଥ କମିଶମନରେ ରାଜ୍ୟର ଅଂଶ କମେ ଏହାର ପ୍ରଭାବ ସାଧରାଣ ଲୋକଙ୍କ ଉପରେ ପଡ଼ିବ ବୋଲି ବିଜେଡି କହିଛି ।

ବିଶେଷଜ୍ଞ କହିବା ଅନୁଯାୟୀ ଆର୍ଥିକ ସଂକଟ ମଧ୍ୟରେ ଯେତେବେଳେ ରାଜ୍ୟ ସରକାରଙ୍କ  ଋଣ ବଢୁଛି  ସେତେବେଳେ କେନ୍ଦ୍ର ରାଜ୍ୟର ଅଂଶ କମାଇବା ସ୍ଥିତିକୁ ସଙ୍ଗୀନ କରିବ। ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ପ୍ରଭାବିତ କରିବ।ତେଣୁ ଏଭଳି ଯୋଜନା ପାଇଁ ରାଜ୍ୟ ସରକାର ଅଫ୍ ବଜେଟ୍  ରେ ଅର୍ଥ ବାହାର କରିବା ମଧ୍ୟ କଷ୍ଟ ହେବ।

ଦେଶରେ ଚାଲିଥିବା ଅର୍ଥନୀତିର ମାନ୍ଦାବସ୍ଥା ମଧ୍ୟରେ ଫେବୃଆରୀ ୧ ତାରିଖରେ କେନ୍ଦ୍ର ସରକାର ଓ ୧୮ ତାରିଖରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଯାହା ନିର୍ଦ୍ଧାରଣ କରିବ ଆଗାମୀ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ନିଜ ଯୋଜନା ଓ ଘୋଷଣା ସହ ବିଗୁଡୁଥିବା ଅର୍ଥନୀତିକୁ ଟ୍ରାକକୁ ଆଣିବାକୁ କେଉଁ ପଦକ୍ଷେପ ନେଉଛନ୍ତି।



from Prameya News7 https://ift.tt/36kHOaw
ପଞ୍ଚଦଶ ଅର୍ଥ କମିଶନରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କମିବା ନେଇ ଚର୍ଚ୍ଚା, ଚିନ୍ତାରେ ରାଜ୍ୟ ସରକାର ପଞ୍ଚଦଶ ଅର୍ଥ କମିଶନରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କମିବା ନେଇ ଚର୍ଚ୍ଚା, ଚିନ୍ତାରେ ରାଜ୍ୟ ସରକାର Reviewed by SUBHENDU BARAL on January 24, 2020 Rating: 5

No comments:

Powered by Blogger.