ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ। ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ। ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇ ପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା।
କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍।
ଝାରସୁଗୁଡ଼ାରୁ କୋଲକାତା ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ, ବାରାଣସୀକୁ ଭାୟା ଭୁବନେଶ୍ୱର ହୋଇ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିବ। ଉଡ଼ାଣ-୩ ଯୋଜନାରେ ଆଲାଏନ୍ସ ଏୟାର୍ ପକ୍ଷରୁ ଝାରସୁଗୁଡ଼ାରୁ ପୂର୍ବରୁ କେବଳ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଥିଲା। କୋଲକାତାକୁ ସିଧାସଳଖ ସ୍ପାଇସ୍ ଜେଟ୍ ବିମାନ ଉଡ଼ୁଥିଲା।
from OTV Khabar. https://ift.tt/3awJAZw
ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ OTV KHABAR BUREAU
Reviewed by SUBHENDU BARAL
on
January 21, 2020
Rating:
Reviewed by SUBHENDU BARAL
on
January 21, 2020
Rating:
No comments: